ମହାନଦୀର କାବେରୀ ଅବସ୍ଥା ନହେଉ !
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ‘ଜଳ ବିବାଦର ସମାଧାନ କ୍ଷେତ୍ରରେ ବିକଳ୍ପ ରାସ୍ତା’ ଉପରେ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୁନେସ୍ଥିତ ୱାଟର କନ୍ଫ୍ଲିଟ ଫୋରମ ପକ୍ଷରୁ ପ୍ରସ୍ତୁତ ‘ମହାନଦୀ ଜଳ ବିବାଦ ସମାଧାନର ବିକଳ୍ପ ଦିଗ’ ସମ୍ପର୍କିତ ଏକ ଚିଠା ପ୍ରସ୍ତାବକୁ ଏହି ଆଲୋଚନା ସଭାରେ ଉପସ୍ଥାପିତ କରାଯାଥିଲା । ଫୋରମ ପକ୍ଷରୁ ବିଶିଷ୍ଟ ନଦୀ ଗବେଷକ ଡ. ଟି.କେ. ଜୟ ଏହି ଚିଠା ପ୍ରସ୍ତାବ ଉପସ୍ଥାପିତ କରିଥିଲେ । ଆମେରିକାର ଇନ୍ଷ୍ଟିଚ୍ୟୁଟ ଫର୍ ୱାଟର କଲଚରର ନିର୍ଦ୍ଦେଶକ ଡ. ଡ଼େଭିଡ଼ ଗ୍ରୋନଫିଟ୍, ଡ. ଆବ୍ରାହମ ସାମୁଏଲ୍, ଡ. ନେହା ଭଡ଼ଭଡ଼େ ପ୍ରମୁଖ ଏହି ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼. ବିନାୟକ ରଥ, ପୂର୍ବତନ ଜଳ ସମ୍ପଦ ବିଭାଗର ମୁଖ୍ୟ ଇଞ୍ଜିନିୟର ରମେଶ ଚନ୍ଦ୍ର ତ୍ରିପାଠୀ, ବିଶିଷ୍ଟ ସାମ୍ବାଦିକ ରବି ଦାସ, ତପନ ପାଢୀ, ବିଜୟ ପ୍ରଧାନ, ନିରଦ ଖୁଣ୍ଟିଆ, ପ୍ରସନ୍ନ ବିଶୋୟୀ, ନିରାକାର ବେଉରିଆ, ଡ. ଶିଶିରକାନ୍ତ ବେହେରା, ବିଜୟ ମଲ୍ଲ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି ଟ୍ରିବୁନାଲର ପରିଧି ବାହାରେ ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।
ଆଜି ମହାନଦୀ ଟ୍ରିବୁନାଲର ନବମ ବୈଠକ ଏବଂ ଶୁଣାଣି ହୋଇଥିଲା । ଏଥିରେ ଉଭୟ ରାଜ୍ୟ ତରଫରୁ ବିଶେଷଜ୍ଞ ଦଳ ପରସ୍ପର ରାଜ୍ୟକୁ ଗ୍ରସ୍ତକରି ରିପୋର୍ଟ ପ୍ରଦାନ କରିବା ପାଇଁ ଆଦେଶ ବ୍ୟତୀତ ଅନ୍ୟ କିଛି ବିଷୟରେ ଶୁଣାଣି ହୋଇନଥିଲା । ଆଜିର ଏହି ବୈଠକରେ ସେହି ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା । ଟ୍ରିବୁନାଲର କଚ୍ଛପ ଗତି ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ, ଓଡ଼ିଶାର ମୂଳ ଆବେଦନ ଉପରେ କୌଣସି ଅଗ୍ରଗତି ନହେବା ଆହୁରି ଦୁଃଖଦାୟକ । ଛତିଶଗଡ଼ ମହାନଦୀ ଉପରେ ନିର୍ମାଣ କରିଥିବା ବେଆଇନ୍ ପ୍ରକଳ୍ପ ଗୁଡ଼ିକୁ ସ୍ଥଗିତ ରଖିବାର ଆବେଦନକୁ ଟ୍ରିବୁନାଲ ଏତେ ପର୍ଯ୍ୟନ୍ତ ବି•ରକୁ ନନେବା ଦୁଃଖର ବିଷୟ ।
ଆଜିର ଏହି ଆଲୋଚନା ସଭାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଅବାହକ ଶ୍ରୀ ସୁଦର୍ଶନ ଦାସ ପରି•ଳକା କରିଥିଲେ ।