ମହାନଦୀର ଗର୍ଭ ଭିତରେ ଲୀନ ହେବାକୁ ଯାଉଛି ବହୁ ଚାଷଜମି ଓ ମଣ୍ଡାବନ ମଠ
ଜଗତସିଂହପୁର,(ଅଭିଷେକ ତ୍ରିପାଠୀ):ଦିନକୁ ଦିନ ପ୍ରକୃତିର କୋପ ବଢୁଥିବା ବେଳେ ଓଡ଼ିଶାର ବୃହତମ ନଦୀ କୁହାଯାଉଥିବା ମହାନଦୀ ଏବେ ଜନବସତି ଆଡକୁ ମାଡ଼ିଲାଣି | ଧୀରେ ଧୀରେ ଅତଡ଼ା ଖସି ଖସି ବନ୍ଧରେ ଥିବା ସମସ୍ତ ମୂଲ୍ୟବାନ ଗଛ ଗୁଡିକ ମହାନଦୀର ମଧ୍ୟରେ ଲୀନ ହେଉ ଥିବା ଦେଖିବାକୁ ମିଳୁଛି. ତେବେ ଏହା ପର ଠାରୁ ତିର୍ତୋଲ,ରାହାମା,ହଁସୁରା,ଆଦି ଅଂଚଳରେ ଅଧିକ ମାତ୍ରାରେ କୂଳ ଖାଉଥିବାରୁ ନଦୀ କୂଳରେ ଥିବା ଅନେକ ଚାଷଜମି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି,ଦେଖିବାକୁ ଗଲେ ଯଇପୁର, ତାରପୁର, ବାଲିପାଟଣା,ତିର୍ତୋଲ ଅଞ୍ଚଳରେ ବାଲିଘାଟ ଖୋଲାଯାଇଥିବାରୁ ଦୈନିକ ହଜାର ହଜାର ଟ୍ରକ. ଟ୍ରାକ୍ଟର, ରେ ବାଲି ଚାଲାଣ ହେଉଥିବାବେଳେ ଜେସିବି ମେସିନୀ ପକାଯାଇ ବନ୍ଧଠାରୁ ନିକଟରେ .ବାଲି ଉଠାଯାଉଥିବାରୁ ଜଳର ପ୍ରଖର ସ୍ରୋତରେ ବନ୍ଧ ଖାଇବା ସହ ଅତଡ଼ା ଖସୁଥିବାର ଦେଖିବାକୁ ମିଳୁଛି| ସବୁଠାରୁ ଅଧିକମାତ୍ରାରେ ତିର୍ତୋଲ ଅଞ୍ଚଳ ରେ ବନ୍ଧଖାଉଥିବାରୁ ମହାନଦୀ କୂଳରେ ଥିବା ପ୍ରସିଦ୍ଧ ମଠ ବା ପିକନିକ ସ୍ଥଳ କୁହାଯାଉଥିବା ମଣ୍ଡାବନ ମଠ ଲୋପ ପାଇବାକୁ ବସିଲାଣି ଏଥିପ୍ରତି ସରକାର ଦୃଷ୍ଟି ଦେବାସହ ସମାଧାନର ବାଟ ବାହାର କରିବାକୁ ସାଧାରଣରେ ଦାବି ହେଉଛି |