ମହାନଳାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମହାନଳା ଗ୍ରାମରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଛି। ଗ୍ରାମ ସ୍ଥିତ ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୦୦୯ ମଇ ମାସରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଦୀର୍ଘ ୧୬ ବର୍ଷ ପରେ ଭବ୍ୟ ମନ୍ଦିର ନିର୍ମାଣ ସମ୍ପନ୍ନ ହୋଇଛି। ୫ଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଥିଲାବେଳେ ପ୍ରଥମ ଦିବସରେ ସୂପୁଣ୍ୟା ଅଶ୍ୱକୂଲ୍ୟା ତଥା ଘୋଡ଼ାହାଡ଼ ନଦୀରୁ ଗଙ୍ଗା ଆବାହନ ସହ ଶତାଧିକ ମହିଳା ମାନେ କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞବେଦୀରେ କଳସଗଙ୍ଗା ସ୍ଥାପନ କରିଥିଲେ। ମହିଳା ନାମ ସଂକୀର୍ତ୍ତନ ଘଣ୍ଟସ୍ଥଳ ମୃଦଙ୍ଗସ୍ଥଳ କଳସ ଶୋଭାଯାତ୍ରାରେ ସାମିଲ୍ ଥିଲେ।ଯଜ୍ଞ ମୁଖ୍ୟ ପଣ୍ଡିତ ଭବାନୀଶଙ୍କର ତ୍ରିପାଠୀ ଙ୍କ ସହଗୁରୁକୃପା ପୂଜା ଅନୁଷ୍ଠାନର କର୍ମକାଣ୍ଡ ବିଶାରଦ ପୁରୋହିତ ଚନ୍ଦନ ଦାଶ,ପରମେଶ୍ବର ମିଶ୍ର,ସନ୍ତୋଷ କୁମାର ତ୍ରିପାଠୀ,ଚନ୍ଦନ ଶତପଥୀ,ହରେକୃଷ୍ଣ ପୁରୋହିତ ଙ୍କ ସହ ଯଜ୍ଞକର୍ତ୍ତା ବାଳକୃଷ୍ଣ ଚୌଧୁରୀ ପଦ୍ମଲୋଚନ ପାଣିଗ୍ରାହୀ ଅଚ୍ୟୁତାନନ୍ଦ ଦାଶ ଘୃତଯଜ୍ଞ ପରିଚାଳନା କରୁଛନ୍ତି। ମନ୍ଦିର କମିଟି ପକ୍ଷରୁ ତାରିଣୀଚରଣ ପାଣିଗ୍ରାହୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଆକୁଳଚନ୍ଦ୍ର ଚୌଧୁରୀ ବୃନ୍ଦାବନ ସାହୁ ରାମଚନ୍ଦ୍ର ସାହୁ ଗୋପୀନାଥ ସାହୁ ଏସ ପଦ୍ମନାଭ ଦୋରା ରାମକୃଷ୍ଣ ସାହୁ ସିମାଞ୍ଚଳ ବେହେରା ଆଲୋକ ଚୌଧୁରୀ ଶୁଶାନ୍ତ କୁମାର ନାୟକ ସୁନିଲ କୁମାର ନାୟକ ଶିବଶଙ୍କର ପାଣିଗ୍ରାହି ଜି ଶ୍ରୀନିବାସ ଦୋରା ହରିହର ପାଣିଗ୍ରାହୀ ରଘୁନାଥ ଡାକୁଆଙ୍କ ସମେତ ମନ୍ଦିର କମିଟି ର ସମସ୍ତ ସଭ୍ୟ ସ୍ବେଛାସେବୀ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।୫ ଦିନ ବ୍ୟାପୀ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ପ୍ରତହ୍ୟ ନାମଯଜ୍ଞ ଅନ୍ନଯଜ୍ଞ ଘୃତଯଜ୍ଞ ସତସଙ୍ଗ ପ୍ରବଚନ ପ୍ରଭୃତି ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହେଉଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ