ମହାନଳାରେ ସମୀର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଚୁଡଙ୍ଗପୁର ପଞ୍ଚାୟତ ମହାନଳା ଠାରେ ଆଜି ତୃତୀୟ ସମୀର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବହୁ ପ୍ରମୁଖ ଟିମ ଭାଗ ନେଉଥିବା ଜଣା ପଡିଛି । ଆୟୋଜିତ ଆଜିର ଉଦଘାଟନୀ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପାଟପୁର ସରପଂଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟୁର୍ଣ୍ଣାମେଣ୍ଟ ଉଦ୍ୟୋକ୍ତା ତାରିଣୀ ଚାରଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିବା ସହ କ୍ରିକେଟ ପ୍ରେମୀ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଆଜିର ଉଦଘାଟନୀ ମ୍ୟାଚ ରେସମନ୍ତରାପୂର୍ ଏବଂ ତୁରୁବୁଡ଼ି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେସମନ୍ତରାପୁର ଦଳ ୫୬ ରନରେ ବିଜୟୀ ହୋଇଥିଲା । ମ୍ୟାଚରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେ ଜାମାନୁ ନୂତନ କୁମାର ଦୋରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା । କାର୍ଯ୍ୟକ୍ରମ ସହ ମ୍ୟାଚ୍ପରିଚାଳନାରେ ଏମସିସି ପକ୍ଷରୁ ଲିକୁନ, ସୁଜିତ୍, ସୁବ୍ରତ ବାବୁଲି , ଗିରିଜା ମୁନା ପ୍ରମୁଖ ସହଯୋଗ କରିଥିଲେ ।