ମହାନ୍ତିପଡା ପଞ୍ଚାୟତରେ ଭିତ୍ତି ଭୂମିର ବିକାଶ ପାଇଁ ପିଡିଙ୍କ ପରିଦର୍ଶନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହାନ୍ତିପଡା ପଞ୍ଚାୟତ ଜିଲା ପରିଷଦ ଅଧ୍ୟକ୍ଷଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ଏହାର ଗୁରୁତ୍ୱ ବଢିଯାଇଛି । ଏହି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ସାହୁ ପରିଦର୍ଶନରେ ଆସିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ଶୁଭଦର୍ଶନ ମିଶ୍ର, ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ସମିତି ସଭ୍ୟ ନିର୍ମଳ କୁମାର ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତାରାଣୀ ପାଣିଗ୍ରାହୀ, ଏଷ୍ଟିମେଟର ଜ୍ଞାନେନ୍ଦ୍ର ଜେନା, କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ ପରିଡା, ଗ୍ରାମ ରୋଜଗାର ସେବକ ସୁବୋଧ ରାଉତ, ପଞ୍ଚାୟତ ବିଜେଡି ସଭାପତି ନନ୍ଦ କିଶୋର ନାୟକ ଓ ୱାର୍ଡସଭ୍ୟସଭ୍ୟାଙ୍କୁ ନେଇ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସମୀକ୍ଷା କରାଯାଇଥିଲା । ପରେ ପଞ୍ଚାୟତରେ ହେବାକୁ ଥିବା ରୁରାଲ୍ ପାର୍କ, ଖେଳ ପଡିଆ, କଲ୍ୟାଣ ମଣ୍ଡପ ନିର୍ମାଣ ଓ ଆଶାମଣି ଉ ଚ୍ଚ ବିଦ୍ୟାପୀଠର ଭିତ୍ତି ଭୂମି ବିକାଶ ପାଇଁ ଉପଯୁକ୍ତ ସ୍ଥାନ ପରିଦର୍ଶନ କରି ଯଥାଶିଘ୍ର ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


