ମହାପୁରୁଷ ଅଚ୍ୟୁତାନନ୍ଦ ଦାଶଙ୍କ ଆଧ୍ୟାତ୍ମିକତା ବିଷୟରେ ଆଲୋଚନା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ-ବ୍ରହ୍ମପୁର ମଣ୍ଡଳ ଉତ୍ତର ଇଲାକା ଆନୁକୁଲ୍ୟରେ ସନାତନ ଧର୍ମ ଭିତ୍ତିକ ବ୍ରହ୍ମ ଏକାକ୍ଷର ମେଳା କଳ୍କୀ ସେନାବାହିନୀ ଗଞ୍ଜାମ ଜିଲ୍ଲା ସର୍ଦ୍ଦାର ଗୁରୁ ଲିଙ୍ଗରାଜ ଦାଶଙ୍କ ତତ୍ତ୍ୱାବଧାନରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାଶଙ୍କ ଆଧ୍ୟାତ୍ମିକ ବିଷୟ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବୁଗୁଡା ସୋମନାଥ ସାହିରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପ୍ରଫୁଲ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ। ଶହଶହ ଭକ୍ତ ଆଧ୍ୟାତ୍ମିକ ପରିବେଶରେ ଦୀପ ପ୍ରଜ୍ବଳନକରି ହିରିବୋଲ ହୁଳହୁଳି ଧ୍ବନୀରେ ଜନସାଧାରଣଙ୍କୁ ଭଗବତ୍ ପ୍ରେମରେ ମଗ୍ନ କରିଥିଲେ। ଏହି ଅବସରରେ ଅଚ୍ୟୁତା ନନ୍ଦ ଦାଶଙ୍କ ମାଳିକା ଓ ଆଗତ ଭବିଷ୍ୟତ କଥାକୁ ପର୍ଯ୍ୟାଲୋଚନା କରାଯାଇ ଥିଲା । ବକ୍ତା ଭାବେ ଗବେଷକ ଡକ୍ଟର ବ୍ରଜ କିଶୋର ପାଢୀ, ଶିକ୍ଷାବିତ ରଘୁନାଥ ସାହୁ, ଶିଶୀର କାନ୍ତ ନାୟକ, ରବିନ୍ଦ୍ର କୁମାର ପଟ୍ଟନାୟକ, ରବିନ୍ଦ୍ର ବରାଡ, ବିନାୟକ ଦାଶ, କାଳୁଚରଣ ଗୈ।ଡ, ସୁବାସ ଚୌଧୁରୀ , ରାଜ କିଶୋର ମଲ୍ଲ୍, ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ଯୋଗଦେଇ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଧ୍ୟାତ୍ମିକ ପୁସ୍ତକରୁ ଈଶ୍ବରୀୟ ତତ୍ତ୍ବକୁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇ ଥିଲେ। କଳିଯୁଗର ମଣିଷ ଦିନକୁ ଦିନ ପରସ୍ପର ଠାରୁ ଆତ୍ମ ବିଶ୍ବାସ ହରାଇ ସ୍ବାର୍ଥପର ହୋଇ ପଡିଛି। ଈଶ୍ବରଙ୍କ ସୃଷ୍ଟିକୁ ବେଖାତିର କରି ନିଜକୁ ବଡ ଜ୍ଞାନୀ ଭାବି ହିତାହିତ ଜ୍ଞାନ ହରାଇ ବସୁଛି। ଏଣୁ ନିଜକୁ ଈଶ୍ବରଙ୍କ ପାଖରେ ସମର୍ପଣ କରି ଭଗବତ ଚେତନାରେ ମଜ୍ଜି ରହିବା ପାଇଁ ବକ୍ତାମାନେ ପ୍ରକାଶ କରିଥିଲେ । ଆୟୋଜକ ସିମାଞ୍ଚଳ ସାହୁ ମଞ୍ଚ ପରିଚାଳନା ଓ ପ୍ରସାଦ ସେବନ ବ୍ୟବସ୍ଥା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ