ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ପବିତ୍ର ଜନ୍ମ ତିଥିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ନିକଟସ୍ଥ ସମାକୁଲା ଗ୍ରାମ ମହାବୀର ଯୁବକ ସଙ୍ଘ ପକ୍ଷରୁ ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସଙ୍ଘ ପକ୍ଷରୁ ମହାପୁରୁଷ ଗାନ୍ଧିଜୀବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ୱାଳ ଓ ପରିବେଶ ପ୍ରେମୀ ବିଦ୍ୟାଧର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାକୁଲା ଗ୍ରାମର ମହାବୀର ଯୁବକ ସଙ୍ଘ ଓ ମହିଳା ସଙ୍ଘ ମିଳିତ ସହଯୋଗରେ ଆମ ପରିବେଶ ଆମ ହାତରେ ସ୍ଲୋଗାନ ନେଇ ୫୦୦ ବୃକ୍ଷ ରୋପଣ ହୋଇଯାଇଛି । ଗ୍ରାମରେ ଏକତା ବଜାୟ ରଖିବା ସହ ପରିବେଶ ସୁରକ୍ଷା ନେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗ୍ରାମରେ ଖାଲି ପଡିଥିବା ସ୍ଥାନର ସୁରକ୍ଷା ଓ ମୁଖ୍ୟ ରାସ୍ତା ଠାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା କଡର ଶୋଭା ବଢାଇବା ପାଇଁ ବ୍ୟାପକ ଆକାସୀ ଓ କୃଷ୍ଣଚୁଡା ବୃକ୍ଷ ରୋପଣ ହୋଇଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମ୍ବାଦିକ ଭାଗିରଥି ସ୍ୱାଇଁ, କୁନାଲ ପାତ୍ର, ବିବୁନା କାଣ୍ଡି, ହାପିନା ନାୟକ, ରମେଶ ବେହେରାଙ୍କ ସମେତ ମହିଳା ସଙ୍ଘ ପକ୍ଷରୁ ମଧୁସ୍ମିତା, ବେନିନା, ନନ୍ଦିନୀ, ଝିନା ଓ କାଜଲ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ମହାବୀର ଯୁବକ ସଙ୍ଘର ସ୍ବେଚ୍ଛାସେବୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ