ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

ନିମାପୋଡ଼ା ,(ସନ୍ତୋଷ ଦାଶ):ନିମାପଡ଼ା,କାକଟପୁର, ଅସ୍ତରଙ୍ଗ, ଗୋପ, ଖେଲାର,ନୟାହାଟ ଅଞ୍ଚଳରେ ମହମ୍ମଦ ଙ୍କ ଜୟନ୍ତୀ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଗୋପ ବ୍ଲକ ରଙ୍ଗତୋଟା, ବିଶୁଳିପଡ଼ା, ଚଢେଇଖିଆ , ସିଙ୍ଗପାନିଆ ମିର୍ଜା ସାହି ,ସୁଜାଗଡ (କ) , ସୁଜାଗଡ (ଖ) ପ୍ରଭୃତି ୬ ଟି ବସ୍ତି ର ମୁସଲିମ ସମ୍ପ୍ରଦାୟର ଲୋକ ମାନେ ରଙ୍ଗତୋଟା ବସ୍ତି ରେ ଏକତ୍ର ହୋଇ ଇଦ୍ ମିଲାଦୁନ ନବି ଉତ୍ସବ ପାଳନ କରି ନାଥପାକ ପାଠ କରି ଏକ ଶୋଭାଯାତ୍ରା ରେ କଲେଜ ପାଖରେ ଥିବା ଇଦ୍ ଗାହା ପର୍ଯ୍ୟନ୍ତ ଯାଇ ସମୂହ କୋରାନ ପାଠ ଥିଲେ। ଶେଖ ଗୋଲାମ ,ମୁସ୍ତୁଫା ଶେଖ ଅତାତୁଲା ,ଶେଖ ମୋହିଉଦ୍ଦିନ, ଶେଖ ୟାହୁଦ, ଜବାର ଖାଁ ,ଜାହିର ଖାଁ ,ଶେଖ ବେଲାଲ ,ଶେଖ ମଞ୍ଜୁର, ଶେଖ ସାବିର, ମହମ୍ମଦ କାଲା, ଶେଖ ରଫାକତ ତୁଲ୍ଲା, ଶେଖ ହବିବୁର ଅଲ୍ଲୀ ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ