ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ
ପୁରୀ- ରବିବାର ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ୟ୍ୟ ବୁଲି ଦେଖିଛନ୍ତି। ସଂପୃକ୍ତ ଅଧିକାରୀଙ୍କ ସହ ବିକାଶ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ଅପରାହ୍ଣରେ ଶ୍ରୀ ପାଣ୍ଡିଆନ୍ ଧର୍ମପତ୍ନୀ ତଥା ମିସନ୍ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍. କାର୍ତ୍ତିକେୟନଙ୍କ ସହ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସିଂହଦ୍ବାରରୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ ।


