ମହାପ୍ରଭୁଙ୍କ ରତ୍ନ ଗଣତି ମଣତି କାର୍ଯ୍ୟ କୁଶଳୀ କାରିଗର ମାନେ ସମ୍ପାଦନ କରିପାରିବେ
କଟକ, (ଯୁଗାବ୍ଦ ନ୍ୟୁଜ):ଶ୍ରୀମନ୍ଦିରରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟକୁ ରାଜ୍ୟର କୁଶଳୀ କାରିଗର ମାନେ ସମ୍ପାଦନ କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ଏବେ ଭଣ୍ଡାର ମରାମତି କାମ ଆରମ୍ଭ ହୋଇଯାଇଛି । ଯାହା ହୁଏତ ନିର୍ଦ୍ଧିଷ୍ଟ ସମୟ ଭିତରେ ଶେଷ ହୋଇପାରେ । କିନ୍ତୁ ଗଣତି ମଣତି ପାଇଁ ଧାର୍ଯ୍ୟ ରଖିବାକୁ ହେବ ବୋଲି ଜଷ୍ଟିସ ରଥ କହିଛନ୍ତି । ଯେହେତୁ ଅନେକ ଦୁର୍ମୁଲ୍ୟ ଏବଂ ପୁରୁଣା ଯୁଗର ରତ୍ନ ସବୁ ରହିଛି, ତେଣୁ ସେସବୁକୁ ଚିହ୍ନିବା ଏବଂ ତାର ସଠିକ୍ ରକ୍ଷଣା ବେକ୍ଷଣ ପାଇଁ ସମୟ ଲାଗିପାରେ । ତେବେ ରାଜ୍ୟରେ ଅନେକ କୁଶଳୀ ତଥା ଅନୁଭବୀ କାରିଗର ଅଛନ୍ତି, ଯେଉଁମାନଙ୍କ ସହାୟତାରେ ଏ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।


