ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦରୁ ପୁନଃରୁଦ୍ଧାର କାମ ସଠିକ୍ ଭାବେ ହେବ : ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ବାତ୍ୟା ଫୋନିର ପ୍ରଭାବରେ ପୁରୀ ସମେତ ଓଡିଶାର ୧୪ଟି ଜିଲାରେ ପ୍ରଳୟ ହୋଇଛି । ଏପରି ସ୍ଥିତିରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶ ିର୍ବାଦରୁ ଓଡିଶାର ପୁନଃରୁଦ୍ଧାର କାମ ସଠିକ୍ ଭାବେ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ଦୁଇଦିନ ଧରି କେନ୍ଦ୍ରମନ୍ତ୍ରୀ ପୁରୀର ଶ୍ରୀମନ୍ଦିର ବୁଲି ଦେଖିବା ସହ ବାତ୍ୟା ବିଧ୍ୱସ୍ତ ବିଭିନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ଏହି ଅବସରରେ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲି । ମନ୍ଦିରର ମୁଖଶାଳା ଜୟ-ବିଜୟଙ୍କ ମୂର୍ତି ଭାଙ୍ଗି ଯାଇଛି । ସବୁ ସାହି ବସ୍ତି ଠାରୁ ଆରମ୍ଭ କରି ସହରର ଆଖପାଖ ଅଂଚଳରେ ଫନି ତାର ତାଣ୍ଡବ କରିଛି । ବ୍ରହ୍ମଗିରି ଠାରୁ ଆରମ୍ଭ କରି କାକଟପୁର ଯାଏଁ ସବୁଠି ପ୍ରଳୟ ଦେଖିବାକୁ ମିଳିଛି ।
ଓଡିଶାର ଏପରି ସ୍ଥିତିରେ ସବୁ ଲୋକମାନେ ଏକାଠି ହୋଇ ପୁନଃରୁଦ୍ଧାର କାମରେ ଲାଗିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ସମୀକ୍ଷା କରିଛନ୍ତି । ଦେଶ ଆଜି ଓଡିଶା ସହ ଛିଡା ହୋଇଛି । ଓଡିଶାର ପୁନଃରୁଦ୍ଧାର ପାଇଁ ସମସ୍ତ ଆବଶ୍ୟକତା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓଡିଆ ଜାତିଙ୍କୁ ସାହାସ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ