ମହାବାତ୍ୟା ଇଦାଇ : ମୃତକଙ୍କ ସଂଖ୍ୟା ୪୧୭ ଛୁଇଁଲା
ଦକ୍ଷିଣଆଫ୍ରିକାର ମୋଜାମ୍ବିକ୍ ପ୍ରଦେଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଇଦାଇ ଯୋଗୁଁ ଅଦ୍ୟାବଧି ମୃତକଙ୍କ ସଂଖ୍ୟା ୪୧୭ରେ ପହଞ୍ôଚଛି । ତେବେ ଇଦାଇ ପରେ ପରେ ସ୍ଥାନୀୟ ଅଞ୍ଚଳରେ ଏବେ ହଇଜା ସଂକ୍ରମଣ ହେବାରେ ଲାଗିଛି । ହଇଜା ପ୍ରଭାବରେ ଏବେ ହଜାର ହଜାର ସଂଖ୍ୟକ ଲୋକ ଆସିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଅନୁମାନ କରାଯାଉଛି । ମହାବାତ୍ୟା ପରର ସ୍ଥିତି ସାଂଘାତିକ ରହିଥିବା ନେଇ ମୋଜାମ୍ବିକ୍ ପରିବେଶ ମନ୍ତ୍ରୀ ସେଲସୋ କୋରିଆ ସ୍ପଷ୍ଟ କରିଛନ୍ତି । ଗତ ସପ୍ତାହରେ ମୋଜାମ୍ବିକର ବନ୍ଦର ସହର ବେଇରାରେ ଘଣ୍ଟା ପ୍ରତି ୧୭୦ କିମି ବେଗରେ ପବନ ବୋହିବା ଆରମ୍ଭ ହୋଇ ଜିମ୍ବାୱେ ଏବଂ ମାଲାୱି ଆଡ଼କୁ ମୁହାଁଇଥିଲା । ଏହା ପ୍ରଭାବରେ ଅନେକ ବୃହତ୍କାୟ କୋଠା ମଧ୍ୟ ଧ୍ୱଂସ ପାଇଯାଇଛି । ଇଦାଇର ପ୍ରଭାବ ଦୁଇଦିନ ଧରି ଜାରି ରହିଥିବା ବେଳେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଅନୁମାନ କରାଯାଉଛି । ମୋଜାମ୍ବିକ୍ ରାଷ୍ଟ୍ରପତି ଏହାକୁ ଜାତୀୟ ବିତ୍ପତ୍ତି ଘୋଷଣା କରିବା ସହ ରିଲିଫ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇଛନ୍ତି ।


