ମହାବିଦ୍ୟାଳୟରେ ପ୍ରଥମ ବିଶ୍ୱ ଧ୍ୟାନ ଦିବସ ପାଳିତ

ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରାୟଗଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ସ୍ଵର୍ଣ୍ଣଜୁବୁଲି ସମ୍ମିଳନୀ କକ୍ଷରେ, ବର୍ଷର ସର୍ବକନିଷ୍ଠ ଦିନରେ, ଜାତିସଙ୍ଘ ଦ୍ୱାରା ଅନୁମୋଦିତ ପ୍ରଥମ “ବିଶ୍ୱ ଧ୍ୟାନ ଦିବସ”, ୨୦୨୪ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ବବିଲତା ସରାଫ, ଯୁବପିଢ଼ି ପାଇଁ ଧ୍ୟାନ ର ଉପଯୋଗୀତା ସମ୍ବନ୍ଧରେ କହିଥିଲେ। ଏକ ଚାପମୁକ୍ତ ସୁସ୍ଥ ମାନସିକତା ପାଇଁ ଧ୍ୟାନ ନିହାତି ଜରୁରୀ ବୋଲି କହିଥିଲେ ଡ. ସରସ୍ବତୀ ରାୟ।ଶହେ ରୁ ଊର୍ଧ୍ୱ ଛାତ୍ରୀଛାତ୍ର ଓ ଅଧ୍ୟାପିକା -ଅଧ୍ୟାପକଂକୁ ଧ୍ୟାନର ଅନୁଭବ କରାଇଥିଲେ ଇଂରାଜୀ ବିଭାଗ ପ୍ରାଧ୍ୟାପିକା ଓ ଯୋଗ ପ୍ରଶିକ୍ଷିକା ଡ. ସରସ୍ବତୀ ରାୟ।ଯୁବ ରେଡକ୍ରଶ ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।ଶେଷରେ ସହାଭାଗୀ ମାନେ ନିଜର ଅନୁଭବ ବାଣ୍ଟିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ସହାୟତା କରିଥିଲେ ଏ. ଶ୍ରୀନିବାସ, ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାୟକ, କେ. କେ. ଯାନୀ, ଅନନ୍ତ ଶବର, ଭାସ୍କର ଗୁପ୍ତା, ସତୀଶ ଦାସ ସଂଗ୍ରାମ କେଶରୀ ନାୟକ, ସ୍ନେହାଞ୍ଜଳି ପାଣ୍ଡେ, ଗ୍ଲୋରି ଅନିଶା ପଟନାୟକ ଆଦି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ