ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ବେଲଗୁଣ୍ଠା, (ସନ୍ତୋଷ ଜେନା):ଆଜି କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ପାଳନ ହୋଇଯାଇଛି I ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଜେନା ଏବଂ ସ୍ଥାନୀୟ ବନପାଳ ଜି ଭେଙ୍କେଟ ରାଓ ଦୋରା ମଞ୍ଚାସୀନ ଥିଲେ I ଏହା ସହିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦୁଇ ସଂଯୋଜକ ସନ୍ତୋଷ ଡାକୁଆ,ପ୍ରଶାନ୍ତ ସାହୁ ଏବଂ ସହଯୋଗୀ ସ୍ଵେଚ୍ଛାସେବୀ ସଂସ୍ଥା ସ୍ଵାତି ତରଫରୁ ବିଶ୍ୱା ଭୋଇ ଓ ବିଶ୍ୱ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସମସ୍ତେ ମିଳି ମିଶି ବୃକ୍ଷ ରୋପଣ କରି ଜଙ୍ଗଲ ଅଭିବୃଦ୍ଧି କରି ଭରପୁର ଅମ୍ଳଜାନ ପାଇବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରି ଉତ୍ତମ ସମାଜ ଗଢି ସମାଜର ଟେକ ରଖିବା ପାଇଁ ଶପଥ ନେଇ ସଭାପତିଙ୍କ ଅନୁରୋଧ ପୂର୍ବକ ସଭା କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ