ମହାବିଦ୍ୟାଳୟର ଛାତ୍ରୀଙ୍କ ଅକାଳ ବିୟୋଗ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା  ସ୍ଥାନୀୟ ବଟ୍ଟପଲ୍ଲୀ ସାହିର ଜଣେ ୨୨ ବର୍ଷିୟା ଛାତ୍ରୀଙ୍କର ସୋମବାର ଅକାଳ ମୃତ୍ୟୁ ଘଟିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ସୂଚନା ପ୍ରକାରେ, ଗତକାଲି ରାତିରେ ବଟ୍ଟପଲ୍ଲୀ ସାହିର ଅନିଲ କୁମାର ନାୟକଙ୍କ ଝିଅ ପ୍ରେମଲତା ନାୟକ (୨୨)ଙ୍କ ହଠାତ୍‍ ଦେହ ଖରାପ ହେବା ଯୋଗୁ ଘରେ ଥିବା ପୁରୁଣା ଔଷଧ ଖାଇ ଦେଇଥିଲେ। ରାତ୍ର ପ୍ରାୟ ୩ଟାବେଳେ ଅତୀଶୟ ଦେହ ଖରାପ ହେବାରୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ପ୍ରମୋଦ କୁମାର ସେଠୀ ଚିକିତ୍ସା କରୁଥିବା ଅବସ୍ଥାରେ ଉକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତକୁମାର ମୁନୀ କହିଛନ୍ତି। ଉକ୍ତ ଛାତ୍ରୀ ଜଣକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟରେ ଯୁକ୍ତ ତିନି(କଳା) ଦ୍ୱିତୀୟ ବର୍ଷରେ ଛାତ୍ରୀ ଥିଲେ। ଛାତ୍ରୀଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ସାଙ୍ଗସାଥୀ ଛାତ୍ରଛାତ୍ରୀମାନେ ଦୁଃଖପ୍ରକାଶ କରିବାସହ ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ