ମହାବିଦ୍ୟାଳୟର ପ୍ରତିଷ୍ଟାତା ସଂପାଦକଙ୍କ ଦେହାନ୍ତ

ନାଉଗାଁ, : ଗଂଗଦା(ବନ୍ଧମୁଣ୍ଡା)ଗ୍ରାମର ବିଶିଷ୍ଠ ବ୍ୟବସାୟୀ ତଥା ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଶରତ ଚନ୍ଦ୍ର ପୁହାଣ(୬୦)ଙ୍କର କଲିକତାର ଶିବପୁରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁଅ, ବୋହୁ, ଝିଅ, ଜ୍ୱାଇଁ ଆଦି ଉପସ୍ଥିତ ଥିଲେ । ସ୍ୱର୍ଗତ ପୁହାଣ ୧୯୯୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଦିର୍ଘ ୨୦ବର୍ଷରୁ ଉର୍ଦ୍ଧ ସମୟ ମହାବିଦ୍ୟାଳୟ ସଂପାଦକ ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ପ୍ରଚେଷ୍ଟାରେ ଉକ୍ତ ମହାବିଦ୍ୟାଳୟରେ କଳା ଓ ବାଣିଜ୍ୟକୁ ନେଇ ଦୁଇଟି ବିଭାଗ ରହିଛି । ଏଠାରେ ମହାବିଦ୍ୟାଳୟ ଖୋଲା ହେବା ଦ୍ୱାରା ଅଂଚଳର ବହୁ ଗରିବ ପିଲା ଉଚ୍ଚଶିକ୍ଷା ପାଇ ପାରୁଛନ୍ତି । ତାଙ୍କ ବିୟୋଗରେ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଟିତ ହୋଇଥିଲା । ଏଥିରେ ପ୍ରତିଷ୍ଟାତା ଅଧ୍ୟକ୍ଷ ନିଲୁରାମ ଜେନା, ଅଧ୍ୟାପକ ପ୍ରତାପ ମିଶ୍ର, ଧିରେନ ପତି, ହରିପ୍ରସାଦ ପତି, ଡଃ.ନିରଂଜନ ବିଶ୍ୱାଳ, ବିଜୟ ଜେନାଙ୍କ ସମେତ ସମସ୍ତ ସମସ୍ତ କର୍ମଚାରୀ ଯୋଗ ଦେଇ ସ୍ୱର୍ଗତ ପୁହାଣଙ୍କ ସ୍ମୃତିଚାରଣ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ, କୋରୁଅ ସରପଂଚ ଅରଣ୍ୟ ନାୟକ, ଧର୍ମାନନ୍ଦ ପରିଜା,ଶିଶିର ସ୍ୱାଇଁ, ସୁଜିତ ପୁହାଣ, ରାହସ ଜେନାଙ୍କ ସମେତ ଶ୍ରୀ ଅଚୁତ୍ୟ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ, ମା’ଶାରଳା ସାଂସ୍କୃତିକ ପରିଷଦ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ