ମହାବିଦ୍ୟାଳୟ ଦ୍ଵାରା “ଶହୀଦ ବୀର ଲକ୍ଷ୍ମଣ” ଜନ୍ମ ବାର୍ଷିକ ଉତ୍ସବ ପାଳିତ
ବାଲିମେଳା,(ଡଃ ଶିବ ନାରାୟଣ ପାତ୍ର):ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଦ୍ଵାରା “ଶହୀଦ ବୀର ଲକ୍ଷ୍ମଣ ନାୟକ” ଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ହର୍ଷଉଲ୍ଲାସର ସହ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆମ ଗୌରବ ଆମ କଲେଜ ତରଫରୁ ପାଳନ କରାଗଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଓ ଛାତ୍ରୀ ଯୋଗ ଦେଇଥିଲେ । ଶ୍ରୀ ସୁବାଷ ଚନ୍ଦ୍ର ମାଝୀ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀ ସୁନିଲ ପୂଜାରୀ ଇତିହାସ ବିଭାଗର ଅଧ୍ୟାପକ ଶହୀଦଙ୍କ ଅବଦାନ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀଙ୍କୁ ଜଣାଇଥିଲେ । ଆଜିର ସଭାରେ ଶ୍ରୀ ସରୋଜ ମହାପାତ୍ର, ପୁରୁଷୋତ୍ତମ ସମରଥ, ମନୋରଞ୍ଜନ ଖମାରି ଓ ରଞ୍ଜିତା ଟୋପୋ ଇତ୍ୟାଦି ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।


