ମହାବିଷୁବ ସଂକ୍ରାନ୍ତି ରେ ଜନଗହଳି ଆଶଙ୍କା, ପ୍ରଶାସନ ତରଫରୁ ଲୋକଙ୍କୁ ତାଗିଦ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଓଡିଶା ହେଉଛି ପର୍ବପର୍ବାଣୀ ର ରାଜ୍ୟ l ଏଠାରେ ବାରମାସ ରେ ତେର ପର୍ବ ଅର୍ଥାତ ବର୍ଷ ସାରା ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ l ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ l ଏହା ସହିତ ଆଜି ହେଉଛି ଓଡ଼ିଆ ନବ ବର୍ଷ l ପ୍ରତିବର୍ଷ ଏହିପରି ପବିତ୍ର ଦିନ ଗୁଡିକରେ ସମସ୍ତେ ଭୋର ରୁ ଉଠି ନିଜର ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଭଗବାନ ଙ୍କୁ ମିଳିମିଶି ପୂଜାର୍ଚନା କରିବା ସହିତ ପ୍ରତି ମନ୍ଦିର ଏବଂ ଖାସକରି ହନୁମାନ ମନ୍ଦିର ରେ ସମସ୍ତେ ମିଳିମିଶି ନାମ ସଂକୀର୍ତନ କରି ଅତିଆନନ୍ଦ ଉଲ୍ଲାସ ରେ ଦିନ ଅତିବାହିତ କରିଥାନ୍ତି l କିନ୍ତୁ ଏ ବର୍ଷ ମାରାତ୍ମକ କରୋନା ରୋଗଠାରୁ ସମସ୍ତ ଜନସାଧାରଣ ଙ୍କର ଜୀବନ ର ସୁରକ୍ଷାପାଇଁ ପ୍ରବଳ ଭିଡ଼ର ସମ୍ଭାବନା ଆଶଙ୍କା କରି ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଏହି ଅଞ୍ଚଳର ବିଭିନ୍ନ ମନ୍ଦିର, ବିଭିନ୍ନ ଦୋକାନ, ଏବଂ ଯାନବାହାନ ଗୁଡିକୁ ଜୋରଦାର ଚେକିଙ୍ଗ କରିବା ସହିତ ଅମାନିଆଙ୍କୁ ତାଗିଦ କରିଥିଲେ l


