ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜୁଭେନାଇଲ କଟକକୁ ହରାଇ ମର୍ନିଂ ଷ୍ଟାର ବାଲେଶ୍ଵର ସେମିରେ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ଯଶୋଟିକିରି ଖେଳପଡ଼ିଆ ଠାରେ ଚାଲିଥିବା ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଜୁଭେନାଇଲ କଟକକୁ ହରାଇ ମର୍ନିଂ ଷ୍ଟାର ବାଲେଶ୍ଵର ସେମିରେ ପ୍ରବେଶ କରିଛି । ଜୁଭେନାଇଲ କ୍ଲବ କଟକ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମର୍ନିଂ ଷ୍ଟାର ବାଲେଶ୍ଵର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ଓଭର ମ୍ୟାଚରେ ୨୪.୨ଓଭରରେ ସମସ୍ତ ଉଇକେଟ ହରାଇ ୧୪୫ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅଭିଳାଷ ରାଉତରାୟ ୬୭ଟି ବଲରୁ ୬୬ରନ ଓ ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୧୨ଟି ବଲରୁ ୨୨ରନ ସ୍କୋର କରିଥିଲେ । ଅପରପକ୍ଷର ବୋଲର ସାଇଦିପ ମହାପାତ୍ର ୫ଓଭର ବୋଲିଂ କରି ୪ରନ ଦେଇ ୬ଉଇକେଟ ପାଇଥିଲେ । ଜବାବରେ ଜୁଭେନାଇଲ କଟକ ଟିମ ନିର୍ଦ୍ଧାରିତ ୨୫ଓଭରରେ ସମସ୍ତ ଉଇକେଟ ହରାଇ ୧୩୯ରନ କରି ପରାଜୟ ବରଣ କରିଥିଲା । ଦଳପକ୍ଷରୁ ସତ୍ୟପ୍ରକାଶ ତ୍ରିପାଠୀ ୩୬ଟି ବଲରୁ ୪୨ରନ ଓ ରାମଚନ୍ଦ୍ର ବେହେରା ୨୨ଟି ବଲରୁ ୨୪ରନ କରିଥିଲେ । ଅପରପକ୍ଷର ବୋଲର ଭବ୍ୟ ବେହେରା ୫ଓଭର ବୋଲିଂ କରି ୨୨ରନ ଦେଇ ୩ଗୋଟି ଉଇକେଟ ପାଇଥିଲେ । ଅମ୍ପେୟାର ଭାବେ ସତ୍ୟବ୍ରତ ଜେନା ଓ ଜଗନ୍ନାଥ ଦାସ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ କିଷାନ ମନୋହର ମହାନ୍ତି ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ କୁମାର ସାହୁ ଦାୟିତ୍ୱ ତୁଲାଇଥିଲେ । ଅଭିଳାଷ ରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟକୁ ମହାବୀର କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିଲେ ।