ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ଖେଳ ପଡିଆ ଠାରେ ଆଜି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ସ୍ଥାନୀୟ ସରପଞ୍ଚ ବଦ୍ରୀ ନାରାୟଣ ରାଉତ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ କ୍ୱାଟରଫାଇନାଲ ମ୍ୟାଚ ଉତ୍କଳିକା ବାସୁଦେବପୁର ସହିତ ଆରସିସି ୟଙ୍ଗ ଷ୍ଟାର କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳିକା ଟସଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ଓଭରରେ ୮ଉଇକେଟ ହରାଇ ୨୭୩ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ରଶ୍ମିରଞ୍ଜନ ମହାକୁଡ ବ୍ୟକ୍ତିଗତ ୪୪ଟି ବଲରୁ ୭୩ରନ ଓ ଦିବ୍ୟଜ୍ୟୋତି ପଣ୍ଡା ୪୧ଟିବଲରୁ ୬୮ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ସାଗର ପଟ୍ଟନାୟକ ୫ଓଭର ବୋଲିଂ କରି ୪୮ରନ ଦେଇ ୩ଉଇକେଟ ପାଇଥିଲେ । ଜବାବରେ ଆରସିସି ୟଙ୍ଗଷ୍ଟାର କଟକ ୨୦ଓଭରରେ ସମସ୍ତ ଉଇକେଟ ହରାଇ ୧୬୮ରନ କରି ପରାଜିତ ହୋଇଥିଲା । ଦଳପକ୍ଷରୁ ଶୁଭ୍ରାଶୁଂ ସାମଲ ୧୨ଟି ବଲରୁ ୩୧ରନ କରିଥିବାବେଳେ ଅପରପକ୍ଷର ବୋଲର ପ୍ରଣବ ଦାସ ୪ଓଭର ବୋଲିଂ କରି ୨୮ରନ ଦେଇ ୪ଉଇକେଟ ପାଇଥିଲେ । ଆଜିର ଉଦଘାଟନୀ ମ୍ୟାଚକୁ ଅମ୍ପେୟାର ଭାବେ ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ସତ୍ୟବ୍ରତ ଜେନା ପରିଚାଳନା କରିଥିଲେ । ସ୍କୋରର ଭାବେ କିସାନ ମନୋହର ଓ ସଚିନ ରଥ ଦାୟିତ୍ୱ ତୁଲାଇଥିବାବେଳେ ପ୍ରତ୍ୟୁଷ ସାହୁ, ପ୍ରଦୀପ ଜେନା ଓ ଦିପ୍ତି ଦାସ ଧାରାବିବରଣୀ ପ୍ରଦାନ କରିଥିଲେ । ମାନସ ରଞ୍ଜନ ପଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିଲେ ।


