ମହାବୀର କ୍ଲବ ପକ୍ଷରୁ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତର ଯଶୋଟିକିରି ସ୍ଥିତ ଖେଳ ପଡିଆରେ ମହାବୀର କ୍ଲବ ପକ୍ଷରୁ ଏକଦିବସୀୟ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚ ଯଶୋଟିକିରି ଓ ଦାଦେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦାଦେଶ୍ୱର କ୍ରିକେଟ ଟିମ ନିର୍ଦ୍ଧାରିତ ୧୬ଓଭରରେ ୮ଉଇକେଟ ହରାଇ ୧୪୮ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଯଶୋଟିକିରି କ୍ରିକେଟ ଟିମ ୧୫ଓଭରରେ ୧ଉଇକେଟ ହରାଇ ୧୪୯ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ମହାବୀର କ୍ଲବର ସମ୍ପାଦକ ପ୍ରତାପ ପଣ୍ଡା ଓ ପରିଚାଳକ ଉମେଶ ଚନ୍ଦ୍ର ସ୍ୱାଇଁ ଚାମ୍ପିୟାନ ଦଳକୁ ଟ୍ରଫି ସହ କୃତୀ ଖେଳାଳିଙ୍କୁ ପୁରସ୍କାର ବିତରଣ କରିଥିଲେ । ଏଥିରେ ମ୍ୟାନ ଅଫ ଦ ମ୍ୟାଚ ଅବିନାଶ ପଣ୍ଡା ଓ ମ୍ୟାନ ଅଫ ଦ ସିରିଜ ଭାବେ ସୌମ୍ୟ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଖେଳକୁ ଅମ୍ପେୟାର ଭାବେ କୈଳାସ ଦ୍ୱିବେଦୀ ଓ ପ୍ରଭାସ ରାଉତରାୟ ପରିଚାଳନା କରିଥିବାବେଲେ ଦିପ୍ତି ଦାସ ଭାଷ୍ୟକାର ଓ ପିଲୁ ସାମଲ, ଦିଲିପ ପୃଷ୍ଟି ସ୍କୋରର ଦାୟିତ୍ୱ ତୁଲାଇଥିଲେ ।