ମହାବୀର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ

ଛତ୍ରପୁର-: ଛତ୍ରପୁର ରେଳୱେ କଲୋନୀ ନିକଟସ୍ଥ ମହାବୀରନଗର ସ୍ଥିତ ଶ୍ରୀଶ୍ରୀ ମହାବୀର ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ପବିତ୍ର ଶ୍ରୀପଞ୍ଚମୀ ତଥା ଗୁରୁବାର ଦିନ ମହାବୀର ପୂଜା କମିଟି ଏବଂ ଯୁବସମାଜସେବୀ ସିଏଚ୍‌. ଦୟାନନ୍ଦ ରେଡ୍ଡୀ (ଭାକୁର) ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଗାବାବା, ବୈଷ୍ଣବ ଶ୍ରୀରାମ ବାବା ଓ ପଣ୍ଡିତ ସପନ କୁମାର ଶତପଥୀଙ୍କ ତତ୍ତ୍ୱବଧାନରେ ଘୃତଯଜ୍ଞ, ଚାରିପ୍ରହର ନାମଯଜ୍ଞ ଏବଂ ୧୦୮ ନବାହ୍ନ ପାରାୟଣ ପାଠ ଅନୁଷ୍ଠିତ ହୋଇଥିଲା । ଦିନତମାମ ହଜାର ହଜାର ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପୂର୍ଣ୍ଣାହୃତି ଏବଂ ଘୃତ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଆର୍ଶ୍ରିବାଦ ଲାଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଧବ କାୟା, ଯୁବନେତା ତଥା ସୁଗଂଠକ ଭାଗିରଥୀ ବେହେରା, ବଳିଆ ବେହେରା,ଗଣପତି ବାରିକ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ସୁବୋଧ ସୁମନ ସ୍ୱାଇଁ, ସମାଜସେବୀ ଅବନୀ ଶତପଥୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ