ମହାବୀର ୟୁଥ କ୍ଲବ ରମ୍ପାସ ପକ୍ଷରୁ ବୃକ୍ଷ ରୋପଣ

ହାଟଡିହି,(ଓ୍ବାଇଏନ୍ଏସ୍): ମହାବୀର ୟୁଥ କ୍ଲବ ବଡରମ୍ପାସ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରୁ ନଥିବାରୁ କ୍ଲବ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ରାଜୀବ ଲୋଚନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୈତନ ଚରଣ ଜେନା, ଆଲୋକ ସାହୁ, ଶ୍ରୀକାନ୍ତ ସାହୁ, ଜନ୍ମେଜୟ ବେହେରା, ଆଲୋକ ମଣ୍ଡଳ, ବିଚିତ୍ର ସାହୁ, ପାର୍ଥସାରଥୀ ସା, ମନୋରଞ୍ଜନ ଓଝା, ଜଗବନ୍ଧୁ ସାହୁ, ନିରଞ୍ଜନ ସାହୁ, ଗିରିଧାରୀ ସାହୁ, ବଳରାମ ସାହୁ , ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ ହାଟଡିହି ସମଣା ରାସ୍ତାର ରମ୍ପାସ ଠାରୁ ଇଶଲା ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ୨୦୦ରୁ ଉର୍ଦ୍ଧ ଚାରା ରୋପଣ କରିବା ସହିତ ଏହାର ଯତ୍ନନେବାକୁ ସଙ୍କଳ୍ପ ନେଇଛନ୍ତି । ଏହା ଦ୍ୱାରା ପରିବେଶ ସୁରକ୍ଷା ରହିବା ସହିତ ବାଟୋଇ ମାନଙ୍କୁ ଗ୍ରୀଷ୍ମ ଦିନରେ ଛାଇ ଯୋଗାଇବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅତିକମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସଂକଳ୍ପ ନେବାକୁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ