ମହାମହିମ ରାଜ୍ୟପାଳ ଡ.ଗଣେଶୀ ଲାଲଙ୍କୁ ଭାଷା ଆଇନ ପୁସ୍ତକ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଆ ଭାଷା ଭାଷୀ ଅଂଚଳକୁ ନେଇ ଓଡିଶା ପ୍ରଦେଶ ଗଠନ ହେବା ପରେ ଓଡିଆ ଭାଷା ସରକାରୀ ଭାଷା ଭାବେ ବ୍ୟବହାର ପାଇଁ ୧୯୪୮ ମସିହାରୁ ବିଧାନସଭାରେ ପ୍ରସ୍ତାବିତ ହୋଇ ୧୯୫୪ମସିହାରେ ତାହା ଆଇନରେ ପରିଣତ ହେଲା ।କିନ୍ତୁ ଆଇନଟିକୁ କାର୍ଯ୍ୟକାରୀ କରିବାପାଇଁ ଭାଷା ଆଇନ ନିୟମାବଳି ୧୩ ଅଗଷ୍ଟ ୨୦୧୯ରେ ପ୍ରଣୟନ ହେଲା । ଯାହାକି ଭାଷା ଆଇନ ଉଲଘଂନ କାରୀଙ୍କୁ ଦଣ୍ଡବିଧାନ ସହ ବ୍ୟାପକ ଭାବେ ବ୍ୟବହାରକାରୀଙ୍କ ପୁରସ୍କାର ବିଧି ବ୍ୟବସ୍ଥା ହେଲା । ଭାଷା ଆଇନ କଣ,କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସମସ୍ତ ତଥ୍ୟ ସମେତ ସରକାରୀ ଘୋଷଣା ତଥା ସମସ୍ତ ପ୍ରକ୍ରିଆ ଏହି ପୁସ୍ତକରେ ସ୍ତାନିତ ହୋଇଛି ।ଉକ୍ତ ସଙ୍କଳନକୁ ଓଡିଶାର ମହାମହିମ ରାଜ୍ୟପାଳ ଡ.ଗଣେଶୀ ଲାଲଙ୍କୁ ପ୍ରଦାନ କରାଯାଇଛି ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶୀତାକାନ୍ତ ମହାପାତ୍ର,ଷଢ଼େଇକଳା ଖରସୁଆଁ ଆନ୍ଦୋଳନର ସୀତାବଲ୍ଲଭ ମହାପାତ୍ର,ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଓ ଭାଷା ଆଇନ ବହିର ସମ୍ପାଦକ ତଥା ଭାଷା ଆନ୍ଦୋଳନ,ଓଡିଶାର ଆବାହକ ପବିତ୍ର ମହାରଥା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁସ୍ତକଟିର ପ୍ରଚାର ପ୍ରସାର ପାଇଁ ରାଜ୍ୟପାଳ ମହୋଦୟଙ୍କ ଲୋକ ସଂପର୍କ ଅଧିକାରୀ ରକ୍ଷକ ନାୟକ,ଖଦୀ ଗ୍ରାମୋଦ୍ୟଗର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ,ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଆବୁଧାବି ଓଡିଆ ସମାଜର ସଭାପତି ପ୍ରଦିପ କୁମାର ରଥ,ଭାଷା ଆନ୍ଦୋଳନର ଅଧକ୍ଷ ଚକ୍ରଧର ମହନ୍ତ,ଜାନକିଶ ବଡପଣ୍ଡା,,ସୂର୍ଯ୍ୟକାନ୍ତ ସ୍ୱାଇଁ,ନବକିଶୋର ପ୍ରଧାନ,ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଶୁଭେତ୍ସା ଜଣାଇଛନ୍ତି ।