ମହାମାରୀରେ ବାହା ହେବାର ରହସ୍ୟ ଖୋଲିଲେ କାଜଲ

ନୂଆଦିଲ୍ଲୀ: ମହାମାରୀ କରୋନା ଚାଲିଥିବା ସମୟରେ ଅଭିନେତ୍ରୀ କାଜଲ ଅଗ୍ରଵାଲ୍ ବାହା ହେବାର ରହସ୍ୟ ଖୋଲିଛନ୍ତି। ଏକ ପତ୍ରିକାରେ ଇଣ୍ଟରଭ୍ୟୁ ଦେବା ଅବସରରେ ସେ କହିଛନ୍ତି ଯେ ସେମାନେ ପରସ୍ପରକୁ ଦୀର୍ଘ ୩ ବର୍ଷ ହେବ ଡେଟ୍ କରୁଥିଲେ। ଏହି ୩ ବର୍ଷର ମିଳାମିଶା ଭିତରେ ସେମାନେ ନିଜ ସଂପର୍କକୁ ସୁଦୃଢ଼ କରିବା ସହ ପରସ୍ପରକୁ ଗୁରୁତ୍ବ ମଧ୍ୟ ଦେଇଥିଲେ । ତେବେ କରୋନା ପାଇଁ ଯେତେବେଳେ ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ସେମାନେ ପରସ୍ପରକୁ କିଛି ସପ୍ତାହ ପର୍ଯ୍ୟନ୍ତ ଦେଖିପାରିନଥିଲେ। ତା’ପରେ ଉଭୟ କାଜଲ ଓ ଗୌତମ କିଚ୍‌ଲୁ ମହାମାରୀ ସମୟରେ ବିବାହ କରିବେ ବୋଲି ସ୍ଥିର କରିଥିଲେ। ତେବେ ଗୌତମଙ୍କ ସହ ବିବାହକୁ ନେଇ କାଜଲ ଖୁସି ବ୍ୟକ୍ତ କରିଛନ୍ତି ଏବଂ କାଜଲ୍ ତାଙ୍କ ଜୀବନର ଭବିଷ୍ୟତ ଗୌତମ ସହ ଦେଖୁଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ