ମହାମାରୀ କରୋନାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟଙ୍କ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ୨୬ଟି ପଂଚାୟତ ଓ ଗରଦପୁର ବ୍ଲକର ସମସ୍ତ ପଂଚାୟତର ବରିଷ୍ଠ ବିଜେପି କର୍ମୀ ଏବଂ ସମର୍ଥକମାନଙ୍କୁ ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀ ମୁକାବିଲାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ମହାମାରୀ ସମ୍ପର୍କରେ କିଭଳି ଲୋକମାନଙ୍କୁ ସଚେତନ କରାଯିବ ଓ ସାମାଜିକ ଦ୍ୱରତ୍ୱ ରକ୍ଷା,ସାନିଟାଇଜର ବ୍ୟବହାର କରିବା,ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ପିନ୍ଧିବା ପ୍ରଭୃତି ସମ୍ପର୍କରେ ଆଲୋଚନା କରାଯାଇ ଉପସ୍ଥିତ ବିଜେପିର ବରିଷ୍ଠ କର୍ମୀ ଓ ସମର୍ଥକମାନଙ୍କୁ ଶ୍ରୀ ମହାପାତ୍ର ସଚେତନ କରାଇଥିଲେ । ଏଭଳି ଅସମୟରେ ଲୋକଙ୍କ ପାଖରେ ପହଁଚି ଶ୍ରୀ ମହାପାତ୍ର ସେମାନଙ୍କୁ ନୈତିକ ସମର୍ଥନ ଜଣାଇଥିଲେ । ଏହି ବୈଠକରେ ଡେରାବିଶି ବ୍ଲକର ବରିଷ୍ଠ ବିଜେପି ନେତା ସରୋଜ ନାୟକ, ଯୁବନେତା ଦିଲ୍ଲିପ ଦାସ(ଦିଲୁ), ଶୁକାନ୍ତ ଦ୍ୱିବେଦୀ, ଜିଲ୍ଲା ପରିଷଦ ସଭ୍ୟ ଗଣେଶ ସାମଲ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ମଣ୍ଡଳ ସଭାପତି ଅଶୋକ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୀରେନ୍ଦ୍ର ମଲ୍ଲିକ, ବସପୁରର ସମିତିସଭ୍ୟ ସୁନିତା ବଳ, ନାରୀନେତ୍ରୀ ମମତାମୟୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


