ମହାମାରୀ ସମୟରେ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟରରେ ଆହ୍ୱାନ

ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ସ୍ୱରୂପ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରୀ ହୋଇଥିବା ତୃତୀୟ ପର‌୍ୟ୍ୟାୟ ଲକ ଡାଉନ ମେ ସତର ତାରିଖ ଯାଏଁ ବଳବତ୍ତର ରହିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରିବା ସହ ଗାଁଗାଁ ରେ ସଚେତନ କରିବା,ସାମାଜିକ ଦୂରତ୍ୱ ବଜାଇ ରଖିବା ଓ ସଦାବେଳେ ହାତକୁ ବାରମ୍ବାର ସାବୁନରେ ଧୋଇବା, ସାନିଟାଇ ଜେସନ କରିବା ଓ ମାକ୍ସ ପିନ୍ଧିବା ପାଇଁ ସଚେତନତା କରାଯାଇଛି, ଏହିପରି ପ୍ରକ୍ଷିରେ ଆଦିବାସୀ ବିକାଶ ସଂଘ ତରଫରୁ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ବାଟାଗୁଡା, ପରମପଙ୍ଗା, କୁର୍ତ୍ତମଗଡ, ବାରଖମା ସୁଡ୍ରା, ଲଣ୍ଡାଗାଁ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଛକ, ରାସ୍ତା, ଗଛରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି, ଉକ୍ତ ପୋଷ୍ଟରରେ ମାଓବାଦୀ ମାନଙ୍କ ଠାରୁ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସେମାନଙ୍କ ସହିତ ମିଳାମିଶା କିମ୍ବା ବୈଠକରେ ଯୋଗ ନଦେବା, ଗାଁରେ ପ୍ରବେଶ କରାଇ ନଦେବା, ମାଓବାଦୀ ସଂଗଠନ ଏଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ ସହଯୋଗ ପାଇଁ କିଛି ମଧ୍ୟ ଭୂମିକା ଗ୍ରହଣ କରୁନଥିବା ବିଷୟ ପୋଷ୍ଟରରେ ଉଲ୍ଲେଖ ରହିଛି, ମାଓବାଦୀ ମାନେ ବିଭିନ୍ନ ରାଜ୍ୟରୁ ଆସିଥିବାରୁ କୋରନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏଣୁ ଜନସାଧାରଣ ସେମାନଙ୍କ ଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି, କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀ ମାନଙ୍କୁ ଆଦିବାସୀ ବିକାଶ ସଂଘ ନିବେଦନ କରିଛି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ