ମହାମାୟାଙ୍କ ମହାସପ୍ତମୀ ଅଧିବାସ ଓ ବିଲ୍ଵବରଣ ପରେ ମାଙ୍କ ଚକ୍ଷୁଦାନ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଧରାବତରଣ କଲେ ମହାମାୟା। ଚାରୀ ଆଡ଼େ ମା ‘ଙ୍କ ପୂଜାର୍ଚନା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦୁର୍ଗା କ୍ଳବ ତରଫରୁ ଚଳିତ ବର୍ଷ ୫୭ବର୍ଷରେ ପଦାର୍ପଣ କରିଥିବା ବେଳେ ରବିବାର ବିଲ୍ଵବରଣ ପରେ ମା ‘ଙ୍କୁ ମହାସପ୍ତମୀ ରେ ପରମ୍ପରା ଅନୁଯାୟୀ ଅଧିବାସ କରାଯାଇ ଭଉଁରୀଆ ନଦୀ ନିକଟରେ ପୂଜାର୍ଚନା ସହ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମା ‘ଙ୍କ ଚକ୍ଷୁଦାନ କରାଯାଇଛି। ଏହା ସହିତ ଆରମ୍ଭ ହୋଇଥିଲା ସପ୍ତମୀର ବିହିତ ପୂଜା। ମା “ଙ୍କ ଚକ୍ଷୁଦାନ ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ପରେ ପୂଜା ମଣ୍ଡପରେ ମା ‘ଙ୍କ ଷୋଡଶ ଉପଚାର ପୂଜା, ଆଳତୀ, ପୁଷ୍ପାଞ୍ଜଳୀ, ଆହୁତି ଆଦି ରୀତିନୀତି ଅନୁଯାୟୀ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ମଣ୍ଡପ ନିକଟରେ ଭିଡ଼। ଏକାବେଳେ ମା ‘ଙ୍କୁ ଦର୍ଶନ ସହ ନିର୍ମିତ ହୋଇଥିବା ପଶ୍ଚିମବଙ୍ଗ ମାୟାପୁର ଇସ୍କନ ମନ୍ଦିର ଅବିକଳ ତୋରଣ ଓ ମୀନା ବଜାର ଉପଭୋଗ କରିବା ପାଇଁ ସପରିବାର ଭିଡ଼ ଜମେଇଥିଲେ ଶ୍ରଦ୍ଧାଳୁ। ମଙ୍ଗଳବାର ଦିନ ପୀଠେ ନବମୀ, ମଣ୍ଡପରେ ଅଷ୍ଟମୀ ହୋଇଥିବାରୁ ସକାଳୁ ପୂଜା ଆରମ୍ଭ ହେବ। ଚଣ୍ଡୀପାଠ, ଦେବୀ ଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡୀ ଚାମୁଣ୍ଡା ପୂଜା, ସନ୍ଧି ପୂଜା, ବଳିଦାନ ଓ ପୁଷ୍ପାଞ୍ଜଳୀ ଆଦି ଅନୁଷ୍ଠିତ ହେବ। ଚଳିତ ବର୍ଷ ପବିତ୍ର ମହାନ୍ତି କର୍ତ୍ତା ହୋଇଥିବା ବେଳେ ପୂଜକ ପଣ୍ଡିତ ମଙ୍ଗରାଜ କର, ତପନ ମିଶ୍ର, ବିଶ୍ୱଜିତି ମିଶ୍ର, ବିଭୁତି ମିଶ୍ର ପୂଜାର୍ଚନା କରୁଛନ୍ତି। ମା “ଦୁର୍ଗା ଙ୍କ ଦର୍ଶନ କରିବା ସହ ରାତିରେ ସୁଦୃଶ୍ୟ ତୋରଣ ଓ ଆଲୋକ ମାଳା, ମୀନାବଜାର ମଜାନେବା ପାଇଁ ମଣ୍ଡପ ନିକଟରେ ଲୋକଙ୍କ ବିଶେଷ ଭାବେ ଆକୃଷ୍ଟ କରୁଛି।


