ମହାମିଶ୍ରଣ ପର୍ବ, ୬୦୦ ରୁ ଉର୍ଧ ପରିବାର ବିଜେଡିରେ ସାମିଲ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତର ୬୦୦ ରୁ ଉର୍ଧ ବିଜେପି ଓ କଂଗ୍ରେସ ପରିବାର ଜାତୀୟ ଦଳ ତ୍ୟାଗ କରି ନଭେମ୍ବର ୧୮ ତାରିଖ ଦିନ ବିଜୁଜନତା ଦଳରେ ସାମିଲ ହୋଇଛନ୍ତି। ହଜାର ହଜାର ଜନତା ଏକ ବିରାଟ ପଟୁଆରରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମିଶ୍ରଣ ସ୍ଥଳୀକୁ ପାଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନୀତି ଓ ଆଦର୍ଶ ଏବଂ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ ଓ ଯୁବନେତା ବବୁଲ ନାୟକଙ୍କ ନେତୃତ୍ୱରେ ନିରଞ୍ଜନ ପ୍ରଧାନ, ଗୋପାଳ କୃଷ୍ଣ ମହାରଣା, ପୂର୍ବତନ ସମିତିସଭ୍ୟ ସୀମାଞ୍ଚଳ ପ୍ରଧାନ, ବିଭୁ ପ୍ରସାଦ ପ୍ରଧାନ, ଅଟଳ ବିହାରୀ ସାହୁ, ସୁଶାନ୍ତ କୁମାର ବେହେରା, ସନ୍ତୋଷ କୁମାର ରାଉତ, ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନ, ନିଗମାନନ୍ଦ ସାମନ୍ତରା, ରମେଶ ଚନ୍ଦ୍ର ବିଶ୍ୱାଳ, ପ୍ରେମାନନ୍ଦ ସାନନ୍ତରା, ଶାନ୍ତୁନୁ କୁମାର ବିଶ୍ୱାଳ, ଅଭିମନ୍ୟୁ ପରିଡା, ସୁମନ୍ତ ସାମଲ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସୁବାସ ଚନ୍ଦ୍ର ବେହେରା, ସୁରେନ୍ଦ୍ର ଖଟୁଆ, ୱାର୍ଡ ସଭ୍ୟା କୁନୁ ସ୍ୱାଇଁ ପ୍ରମୁଖଙ୍କ ସମେତ ୬୦୦ ରୁ ଉର୍ଧ ବିଜେପି ଓ କଂଗ୍ରେସ ପରିବାର ମୁଖ୍ୟ ବୁଜୁ ଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଥିଲେ । ପୋଲସରା ବିଧାୟକ ଶ୍ରୀ ସାହୁ ସମସ୍ତ ଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ସମସ୍ତଙ୍କୁ ବିଜୁ ଜନତା ଦଳରେ ସାମିଲ କରିବା ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ମାଣିତରା ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, କବିରାଜ ଗୌଡ଼, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ମାଣିତରାର ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ପ୍ରଫୁଲ କୁମାର ପଣ୍ଡା, ସୁନୀଲ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ସ୍ବରୂପ ସୁମନ ନାହାରଣା, ପ୍ରଭାତ କୁମାର ପ୍ରଧାନ, ଜୟଦେବ ପ୍ରଧାନ, ଦେବେନ୍ଦ୍ର ଜେନା ପ୍ରମୁଖ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ