ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଲେ ରାଜ୍ୟପାଳ
ଭୁବନେଶ୍ୱର,(ଯୁଗାଦ୍ଦ ନ୍ୟୁଜ): ଖୋର୍ଦ୍ଧାର ଦାରୁପ୍ରାପ୍ତିସ୍ଥାନ ଦଧିମାଛ ଗାଡ଼ିଆଠାରେ ଏକବିଂଶତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଜଗତ କଲ୍ୟାଣ ନିମନ୍ତେ ଏହି ମହାଯଜ୍ଞରେ ମହାମହିମ ରାଜ୍ୟାପାଳ ଗଣେଶୀ ଲାଲ ଯୋଗଦେଇ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ତିନି ଧରି ଚାଲିଥିବା ଏହି ମହାଯଜ୍ଞରେ ଅଙ୍କୁର ରୋପଣ, କଳସଯାତ୍ରା, ଘଟ ସ୍ଥାପନ କରାଯାଇଥିଲା । ଏଥିରେ ଶ୍ରୀରାମ ଚରିତ ମାନସ ପରାୟଣ ପାଠ, ହନୁମାନ ଚାଳିଶା ପାଠ, ଭଜନ ଆଦି କରାଯାଇଥିଲା । ଏଥିରେ ପୂର୍ଣ୍ଣାହୁତି ଦିବସରେ ରାଜ୍ୟପାଳ ଶ୍ରୀଲାଲ ଯୋଗ ଦେଇ ପୂର୍ଣ୍ଣାହୁତି ପ୍ରଦାନ କରିବା ସହ ‘ଦାରୁ ଦେବତା’ର ସ୍ୱତନ୍ତ୍ର ସଂସ୍କରଣକୁ ଉନ୍ମୋଚନ କରିଥିଲେ । ଏହାକୁ ମହାଦେବ ରଥ, ମାନସ ରଞ୍ଜନ ପଟ୍ଟନାୟକ, ଅଜିତ ପଟ୍ଟନାୟକ, ଜୀବନଜୋତି ମିଶ୍ର, ନୃସିଂହ ପଟ୍ଟନାୟକ, ମଧୁସୁଦନ ମିଶ୍ର, ବିରେନ୍ଦ୍ର ପଟ୍ଟନାୟକ ଓ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ସମିତିି ସଭ୍ୟମାନେ ପରିଚାଳଣା କରିଥିଲେ ।