ମହାଯାତ୍ରାରୁ ଅଳ୍ପକେ ବର୍ତ୍ତଲେ ୭୦ ଯାତ୍ରୀ ,ଶାହା ହେଲା ବୃକ୍ଷ୍ୟ

ଗୁଜୁରାତର ସୁରତ ଜିଲ୍ଲାର ଶୁକ୍ରବାର ଆଚମ୍ବିିତ କରିଦେବା ଭଳି ଘଟଣା ଘଟିଛି । ଅଳ୍ପକେ ଘରୋଇ ବସରେ ଯାଉଥô୍ବା ୭୦ ଜଣ ଲୋକଙ୍କ ଜୀବନ ବର୍ତ୍ତୀଯାଇଛନ୍ତି । ଶୁକ୍ରବାର ଏକ ବସରେ ୭୦ ଜଣ ଯାତ୍ରୀ ଘାଟିଦେଇ ବସଯୋଗେ ଯାଉଥିବା ସମୟରେ ଘାଟି ତଳକୁ ଖସି ପଡୁଥିଲା ବସଟି କିନ୍ତୁ ଘାଟି ତଳକୁ ଖସିପଡିବା ପୂର୍ବରୁ ଗୋଟିଏ ଗଛରେ ବସଟି ଲଟକି ପଡିଥିବାରୁ ୭୦ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତଯାଇଛି । ଏଭଳି ଘଟଣାରେ ଯାତ୍ରୀ ମ।।ନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୯୦ ଡିଗ୍ରୀରେ ଝୁଲିରହିଥିବା ବସଟିର ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଘରୋଇ ବସଟି ଦରୱାଜା ଇଲାକା ଠାରୁ ଶିରିଡି ଅଭିମୁଖେ ଯାତ୍ରା କରୁଥିଲା ।ଡ୍ରାଇଭର ଙ୍କ ଭୁଲରୁ ଏହି ଭଳି ଘଟଣା ଘଟିଛି ବୋଲି ଲୋକମାନେ କହିଛନ୍ତି । ଯଦି ଗଛଟି ନଥାନ୍ତା ବସଟି ଘାଟି ରାସ୍ତାରୁ ୨୦୦ ଫୁଟ ତଳକୁ ଖସିପଡିଥାନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ