ମହାରଥୀଙ୍କ ବଢିଲା ଚିନ୍ତା , ଜାମିନ ହେଲା ନାମାଞ୍ଜୁର
ବଢିଲା ପ୍ରଦୀପ ମହାରଥୀଙ୍କ ଚିନ୍ତା । ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତ ମହାରଥୀଙ୍କ ଜାମିନକୁ କରିଛି ନାମାଞ୍ଜୁର ।ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ ଆସନ୍ତା ୨୭ ତାରିଖରେ । କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସିନଥିବାରୁ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍ର ମାଜିଷ୍ଟ୍ରେଟଙ୍କୁ ମାଡ ମାରିବା ଅଭିଯୋଗରେ ଗତ ୨୨ ତାରିଖରେ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା। ତାପରେ ତାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ଏହାପରେ ମହାରଥୀଙ୍କୁ ଭୁବନେଶ୍ବର ଝାରପଡା ଜେଲକୁ ପଠା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।