ମହାରଷ୍ଟ୍ରରେ ପୁଣି ଫେରିବ ବିଜେପି !
ଦୁଇ ପ୍ରମୁଖ ରାଜ୍ୟ ହରିଆଣା ଓ ମହାରଷ୍ଟ୍ରରେ ଚାଲିଛି ଭୋଟ ଗଣତି । ମିଳିଥିବା ସୁଚନାନୁସାରେ ହରିଆଣାରେ ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଥିବାବେଳେ ମହାରଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ପୁଣି ଥରେ ଶାସନ ଗାଦିକୁ ଫେରିବେ ବୋଲି ଅନୁମାନ କରାଯାଉଛି । ମହାରାଷ୍ଟ୍ର ୨୮୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟ ୧୫୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଏନ୍ସିପି ମେଣ୍ଟ ୭୯ଟି ଆସନରେ, ଭିବିଏ ୨ଟି ଆସନ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ଆଗରେ ରହିଛି। ଫଳରେ ଏଠାରେ ପୁଣିଥରେ ବିଜେପି-ଶିବସେନା ମେଣ୍ଟ ବାଜିମାତ୍ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ହରିଆଣାରେ ୯୦ଟି ଆସନରୁ ବିଜେପି ୪୪ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୯ଟି ଆସନ, ଜନନାୟକ ଜନତା ପାର୍ଟି ୯ଟି ଆସନ, ଇଣ୍ଡିଆନ୍ ନ୍ୟାସନାଲ୍ ଲୋକ ଦଳ ୨ଟି ଆସନ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛି।