ମହାରାଷ୍ଟ୍ର ଓ ହରିୟାଣାର ପ୍ରାର୍ଥୀ ତାଲିକା ପ୍ରକାଶ

(ଯୁଗାବ୍ଦ ନ୍ୟୁଜ) : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମହାରାଷ୍ଟ୍ରର ୨୮୮ଟି ବିଧାନସଭା ପାଇଁ ୩୨୩୯ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି। ସେହିପରି ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ୧୧୬୮ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି। ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ମୋଟ୍‍ ୩୨୩୯ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଛନ୍ତି । ନିର୍ବାଚନ ପାଇଁ ମୋଟ୍‍ ୫୫୪୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କିନ୍ତୁ ପ୍ରାର୍ଥୀପତ୍ର ପତ୍ୟାହାର ପରେ ଚୂଡ଼ାନ୍ତ ତାଲିକାରେ ୩୨୩୯ ପ୍ରାର୍ଥୀ ଅଛନ୍ତି। ସେହିପରି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ଥିବା ବେଳେ ୯୦ଟି ଧାନସଭା ଆସନ ପାଇଁ ମୋଟ୍‍ ୧୧୬୮ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି। ଚଳିତ ମାସ ୨୧ ତାରିଖରେ ହରିୟାଣା ଓ ମହାରାଷ୍ଟ୍ରରେ ଭୋଟ୍‍ ଗ୍ରହଣ କରାଯିବ ଓ ୨୪ ତାରିଖରେ ଭୋଟ ଗଣନା ସହ ଫଳାଫଳ ପ୍ରକାଶ ପାଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ