ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା

ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଭାରତୀୟ ଜନତା ପାର୍ଟି ମନାକରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଏନେଇ ଶିବସେନା ୨୪ଘଣ୍ଟା ମଧ୍ୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲାନାହିଁ। ଶିବସେନା ରାଜ୍ୟପାଳଙ୍କୁ ଆଉ ୨ ଦିନ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ କରିନାହାନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସୋମବାର ସନ୍ଧ୍ୟାରେ ତୃତୀୟ ସର୍ବାଧିକ ଆସନ ଜିତିଥିବା ପାର୍ଟି ଏନସିପିକୁ ରାଜ୍ୟପାଳ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ଏନସିପିକୁ ୨୪ଘଣ୍ଟାର ମହଲତ ଦେଇଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିବା ବେଳେ ଏବେ ସମସ୍ତଙ୍କର ନଜର କଂଗ୍ରେସ ଉପରେ ରହିଛି। ୪ ପ୍ରମୁଖ ଦଳ ମଧ୍ୟରୁ ସବୁଠାରୁ କମ୍ ଆସନ (୪୪) ପାଇଥିବା କଂଗ୍ରେସ କିଙ୍ଗ ମେକର ହୋଇଛି । ଶିବ ସେନା-ଏନ୍‌ସିପି ମେଣ୍ଟ ସରକାର ଗଠନ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ। ଏଥିପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିଲେ। ମାତ୍ର କଂଗ୍ରେସ କୌଣସି ନିଷ୍ପତ୍ତି ନେଇପାରୁ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ