ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ତିରୋଧାନ ଦିବସ ପାଳନ

ବ୍ରହ୍ମପୁର, (ଅନିଲ କୁମାର):ସ୍ୱତନ୍ତ୍ର ଓଡିଶା ପ୍ରଦେଶର କର୍ଣ୍ଣଧାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୪୯ତମ ତିରୋଧାନ ଦିବସରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ମହାରାଜାଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରଭାତରେ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ଥିବା ମହାରାଜା ଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରାଯାଇ ସମିତି ସଭାପତି ବଂଶୀଧର ଭୂୟାଁ ଙ୍କ ଅଧ୍ୟକ୍ଷତାରେ ସ୍ମୃତି ସଭା ଆୟୋଜିତ ହୋଇଥିଲା l ମହାରାଜା ଗଜପତି ନିଜର ସମସ୍ତ ପ୍ରୟାସ କରି ଓଡ଼ିଆ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିଥିଲେ, କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଓଡିଶାର ଜମି, ଜଳ, ଜଙ୍ଗଲ, ଖଣି ସମେତ ଓଡିଶାର ଭୌଗଳିକ ସିମା ମଧ୍ୟ ସୁରକ୍ଷିତ ନୁହଁ l କର୍ପୋରେଟ ତୁଷ୍ଟି କରଣ ନୀତି ଅବଲମ୍ବନ କରି ସମସ୍ତ ପ୍ରାକୃତିକ ସମ୍ପଦକୁ ବର୍ତମାନ ବିକାଶ ନାମରେ ବିକ୍ରି କରିବା ଏକ ଜଘନ୍ୟ ପ୍ରସଙ୍ଗ ଓ ଷଢ଼େଇକଳା,ଖରସୁହଁl ଭଳି ଅନେକ ଅଂଚଳ ଓଡିଶା ଭୂଖଣ୍ଡରୁ ଚାଲିଯିବା ପରେ ପରେ ବର୍ତମାନ କୋଟିଆ ଭଳି ଓଡିଶାର ତେରଗୋଟି ଗ୍ରାମରେ ପଡୋଶୀ ଆନ୍ଧ୍ର ସରକାର ଅନଧିକାର ପ୍ରବେଶ କରି ଉକ୍ତ ଅଂଚଳକୁ ହାତେଇବାପାଇଁ ସରକାରୀ ସ୍ତରରେ ନିଜର ସମସ୍ତ ଚେଷ୍ଟା ଜାରି ରଖିଛି l ଓଡିଶାର ଭୌଗଳିକ ପରିସୀମାର ସୁରକ୍ଷା ପାଇଁ ସମସ୍ତ ଓଡିଶାବାସୀ ଆଜି ଏକାଠି ହେବା ନିହାତି ଆବଶ୍ୟକ ବୋଲି ଆଜିର ସ୍ମୃତି ସଭାରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l ଆଜିର ଏହି ସଭାରେ ଓଁ ଲଫିଙ୍ଗ କ୍ଲବର ସଭାପତି ଦେବରାଜ ଦାଶ, ଓଡ଼ିଆ ଭାଷା ଆନ୍ଦୋଳନର ନେତା ତ୍ରିନାଥ ମହାରଣା,ଏସ. ସlମ୍ବଶିବା ରାଓ,ସlଲ୍ଲା କେଶବ ଲିଙ୍ଗମ, ସୁରେନ୍ଦ୍ର ନାଥ ପଣ୍ଡା,ସୁବାଷ ଚନ୍ଦ୍ର ମିଶ୍ର,ହୃଷିକେଶ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ମହାରଣା,କବିରାଜ ସାହୁ,ପ୍ରଶାନ୍ତ କୁମାର ପଣ୍ଡା,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ରାମଚନ୍ଦ୍ର ସାହାଣୀ,ପୂର୍ଣ୍ଣ ଚନ୍ଦ୍ର ମହାରଣା,ପ୍ରଭାକର ପଟ୍ଟନାୟକ, ବିପ୍ର ଚରଣ ସାହୁ, ଜଟେଶ୍ୱର ସାବତ,ଦୈତ୍ୟlରୀ ବେହେରା,ସୁଦର୍ଶନ ବେହେରା, ବୃନ୍ଦାବନ ପରିଡା, କେ. ଗୁରୁମୂର୍ତ୍ତି,ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ