ମହାରାଜା ଗଜପତିଙ୍କ ୧୨୮ତମ ଜୟନ୍ତୀ ପାଳନ

ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୨୮ ତମ ଜୟନ୍ତୀ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବରା ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ମେଜର ରମାରମଣ ପାଢି ଯୋଗ ଦେଇ- ଓଡିଆ ଜାତି ଓ ଓଡିଆ ଭାଷା ସହିତ ମଜାରାଜା ଅମର ଅଛନ୍ତି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଡ. କୂଳମଣି ଓଝା, ଗଜପତିଙ୍କ ବହୁମୁଖି ପ୍ରତିଭାର ଆଲୋକପାତ କରିଥିଲେ। ପ୍ରଥମେ ମହାରାଜାଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଉପସଭାପତି ନୀଳକଣ୍ଠ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଉପ ସଭାପତି ଡ.ଚନ୍ଦ୍ରମଣି ସ୍ବାଇଁ ଆୟୋଜିତ କବିତା ଆସରକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା.ସଙ୍କର୍ଷଣ ପାତ୍ର, ଡା.ସାଗର ରଞନ ତ୍ରିପାଠୀ ଓ ଡ.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ପ୍ରମୂଖ-ଆଚରଣ ଓ ଉଚ୍ଚାରଣକୁ ମାର୍ଜିତ କରି ଓଡିଆ କୁ ଏକ ଶ୍ରେଷ୍ଠ ଜାତି ରୂପେ ପ୍ରତିପାଦିତ କଲେ ତାହାହିଁ, ଗଜପତିଙ୍କୁ ପ୍ରକୃତ ଶ୍ରଦ୍ଧାଞଳୀ ହେବ ବୋଲି କହିଥିଲେ। ଶ୍ରୀମତୀ ଜୋତ୍ସ୍ନାରାଣୀ ସ୍ବାଇଁ, ସରିତ ପଣ୍ତା ସର୍ବଶ୍ରୀ ଗୋଦାବରୀଶ ଦାସ, ଅରୁଣ କୁମାର ଦାସ, ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, କାଳନ୍ଦୀ ଚରଣ ନାୟକ ଓ ଡ.ଚନ୍ଦ୍ରମଣି ସ୍ବାଇଁ ପ୍ରମୂଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ.କୈଳାଶ ଚନ୍ଦ୍ର ତ୍ରିପାଠୀ, ପାର୍ବତୀ ପ୍ରସାଦ ପାଢୀ, ସୁନୀଳ କୁମାର ସାହୁ, ଅଶୋକ କୁମାର ସାହୁ, ଦେବୀ ପ୍ରସାଦ ମହାପାତ୍ର, ହରମୋହନ ପାଣିଗ୍ରାହୀ, ନରେନ୍ଦ୍ର ପ୍ରସାଦ ଦାସ, ଭବାନୀ ଶଙ୍କର ପାଣିଗ୍ରାହୀ, ଏ ସନ୍ତୋଷ କୁମାର ରାଓ, ଦେବୀ ପ୍ରସାଦ ମହସପାତ୍ର ପ୍ରମୂଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସର୍ବଶ୍ରୀ ବି.ସତ୍ୟମ ଆଚାରୀ, କପିଳ ଚନ୍ଦ୍ର ମହାନ୍ତି, ମନୋଜ କୁମାର ପାଢୀ, ରମେଶ ଚରଣ ତ୍ରିପାଠୀ, ନଳିନୀ କାନ୍ତ ଗୌଡ, ପୀତାମ୍ବର ସାହୁ, ବୈଦ୍ୟନାଥ ଶତପଥୀ, ପ୍ରଫୁଲଚନ୍ଦ୍ର ଦାସ ,ସୁଶାନ୍ତ କର, ଶରତ କୁମାର ଦାସ ପ୍ରଶାନ୍ତ କୁମାର ମହାପାତ୍ର ପ୍ରଭୃତି ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଶ୍ୟାମ ସୁନ୍ଦର ଖାଡଙ୍ଗା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ