ମହାରାଜା ବାଳିକା ହାଇସ୍କୁଲର ଶତବାର୍ଷିକୀ ଉତ୍ସବ ପାଇଁ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାରୀଶିକ୍ଷାର ବିକାଶ ନିମନ୍ତେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବପାଳନ ନିମନ୍ତେ ପ୍ରାରମ୍ଭିକ ଆଲୋଚନା ବିଦ୍ୟାଳୟ ପରିସରମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜି. ସୁଦର୍ଶନ ରାଓ ଅଧ୍ୟକ୍ଷତା କରି ୨୦୨୦ମସିହାରେ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟବୃନ୍ଦ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଜାନୁୟାରୀ ୧୨ ତାରିଖରେ ବିଦ୍ୟାଳୟର ପୁରାତନ ଛାତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ କମିଟି ଗଠନ କରିବା ପାଇଁ ସ୍ଥିର କରାଯାଇଛି । ଉକ୍ତଦିନ ପୂରାତନ ଛାତ୍ରୀମାନେ ଯୋଗଦେଇ ନିଜ ନିଜମତ ପ୍ରଦାନ କରିବାପାଇଁ ପ୍ରଧାନଶିକ୍ଷକ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ