ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୯ ତମ ଜୟନ୍ତୀ ଉତ୍ସବ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୯ ତମ ଜୟନ୍ତୀ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ, ବାଲେଶ୍ୱରରେ ଅଧ୍ୟକ୍ଷ ଶ୍ରୀନିବାସ ନାୟକଙ୍କ ସଭାପତିତ୍ୱରେ ଶତାଧିକ ଛାତ୍ର/ଛାତ୍ରୀ ଓ ଅଧ୍ୟାପକ ତଥା କର୍ମଚାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ‘ସମାଜ’ ସଂସ୍କରଣର ବରିଷ୍ଠ ସାମ୍ବାଦିକ କୁଳମଣି ବାରିକ ଯୋଗଦେଇ ଶ୍ରୀରାଚନ୍ଦ୍ର ମେଡ଼ିକାଲ କଲେଜ, ଶ୍ରୀରାମଚନ୍ଦ୍ର ଭବନ, ରେଭେନ୍‌ସା କଲେଜ,କଟକ, ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରେସିଡେନ଼ସି କଲେଜ କୋଲକତା, ରେଳବାଇ, କୃଷି, ଡାକ୍ତରଖାନା ଓ ଥାନା, ମ୍ୟୁନିସିପାଳିଟି ପ୍ରତିଷ୍ଠା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଓକିଲ ଓ ଭାଇସ ଚେୟାରମ୍ୟାନ ନିଯୁକ୍ତି, ଧାନ ଅମାର, ବିଦ୍ୟାଳୟ ଓ ପାଠାଗାର ଆଦି ପ୍ରତଷ୍ଠା କ୍ଷେତ୍ରରେ ମହାରାଜାଙ୍କ ଅତୁଳନୀୟ ଅବଦାନ ସ୍ମରଣ କରି ଜଣେ ଆଦର୍ଶ ରାଜା, ଆଦର୍ଶ ସ୍ୱାମୀ ଆଦି ବହୁ ଦେବୋପମ ଗୁଣର ଉଦାହରଣ ଦେଇଥିଲେ । ତତ୍‌ସହିତ ଦେବୋପମ ଗୁଣରେ ଉଦ୍‌ଭାସିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଆଦର୍ଶକୁ ଛାତ୍ରମାନେ ଅନୁସରଣ କରିବା ଉଚିତ୍ ବୋଲି ସେ କହିଥିଲେ । ମହାରାଜାଙ୍କ ମହାନୁଭବତା ଓ ଉଦାରତା ଗୁଣରେ ଜଣେ ଭଲ ମଣିଷ ଭାବେ ଚିତ୍ରିତ କରି ଛାତ୍ର/ଛାତ୍ରୀମାନଙ୍କୁ ଅନୁପ୍ରାଣିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ମୁକ୍ୟବକ୍ତା ଅଧ୍ୟାପକ କମଳାକାନ୍ତ ଦାଶ ଶ୍ରୀରାମଚନ୍ଦ୍ରଙ୍କ ପରି ଜଣେ ପ୍ରଜାନୁରଞ୍ଜନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୁଟୀର ଶିଳ୍ପ, ବନବିଭାଗ ପ୍ରତିଷ୍ଠା, ଶାସନ,ନ୍ୟାୟ, ଆଦି ବହୁ ଉନ୍ନତି କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଜଣେ ସୁଶାସକ ଭାବେ ବ୍ରିଟିଶ୍ ଶାସନକୁ ପଛରେ ପକାଇ ଦେଇଥିବା ଉପରେ ଆଲୋକପାତ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବେଦପାଠ ପରେ ଅଧ୍ୟାପକ ଡ.ନିରଞ୍ଜନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀନିବାସ ନାୟକ ମହାରାଜାଙ୍କ ନାମରେ ନାମିତ ଏହି ଅନୁଷ୍ଠାନରେ ତାଙ୍କ ଜୟନ୍ତୀ ପାଳିତ ହେବା ଗୌରବର ବିଷୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଡ.ଶରତଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ