ମହାରାଜା ହାଇସ୍କୁଲରେ ବାର୍ଷିକ କ୍ରୀଡା
ପାରଳାଖେମୁଣ୍ଡ-(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡାଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଶକେତୁ ଦାସ ଉଦ୍ଘାଟନ କରିବା ସହ କ୍ରୀଡାପତ୍ତାକା ଉତ୍ତୋଳନ କରିଥିଲେ । ଗଜପତି ଜିଲା ଶାରିରୀକ ଶିକ୍ଷା ପରିଦର୍ଶକ ଏସ୍.ଲକ୍ଷ୍ମଣ ରାଓଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବ ଆରମ୍ଭ ପୂର୍ବରୁ ସହରର ନୀଳାମ୍ମା ମନ୍ଦିର ଠାରୁ ଛାତ୍ରମାନଙ୍କ ଦ୍ୱାରା ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟତଃ ଦୈଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ସର୍ଟଫୁଟ୍, ଜାଭେଲିଂ ଥ୍ରୋ ଓ ଡିସ୍କସ ଥ୍ରୋ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବରିଷ୍ଠ ବିଭାଗର ଚମ୍ପିଆନ ଭାବେ ସାଇ ସରୋଜ ଶବର ଓ ଅର୍ଜୁନ ରଇତ ସଫଳତାର ସହ ବିବେଚିତ ହୋଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ କୁମୁଦ ଚନ୍ଦ୍ର ଦାସ, କେ.ଦୀଲ୍ଲେଶ୍ୱର ରାଓ, ରାଜାରାଓ, ଏସ୍.ଚାନ୍ଦିନୀ, ଯଶ୍ମୀନ ପାଢୀ ପ୍ରମୁଖ ବିଭିନ୍ନ ବିଭାଗର କ୍ରୀଡା ପରିଚାଳନା କରିଥିଲେ । ସେହିପରି ଏହି କ୍ରୀଡାଉତ୍ସବ କାର୍ଯ୍ୟକ୍ରମରେ ଶିକ୍ଷକ ହରିହର ଦାସ, ଜଗନ୍ନାଥ ପଟ୍ଟନାୟକ, ବୃନ୍ଦାବନ ରାଓ, ମହେନ୍ଦ୍ର କୁମାର ବଡମୁଣ୍ଡି, ସସ୍ମିତା ମିଶ୍ର, ଚିତ୍ରାରଥ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।