ମହାରାଜା ହାଇସ୍କୁଲ୧୯୮୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମହାରାଜା ହାଇସ୍କୁଲର ୧୯୮୨ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସହର ଉପକଣ୍ଠରେ ଥିବା ଏକ ଫାର୍ମ ଠାରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୩୦ରୁ ଉର୍ଦ୍ଧ ୧୯୮୨ମସିହାରେ ପଢୁଥିବା ମାଟ୍ରିକ ବ୍ୟାଚର ସାଙ୍ଗସାଥି ହୋଇଯୋଗ ଦେଇଥିଲେ । ଏହି ଅବସରରେ ସେମାନେ ସେମାନଙ୍କର ପୁରୁଣା ଅନୁଭୁତି, ସ୍ମୃତି, ଶିକ୍ଷକଶିକ୍ଷୟତ୍ରୀମାନଙ୍କ ପାଠପଢା ଶୈଳୀ, ସେତେବେଳର ବିବିନ୍ନ ଦରଦାମ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅମୂଲ୍ୟରତ୍ନ ସାହୁ, କେ.ରାମସ୍ୱାମୀ, ବିବେକାନନ୍ଦ ଗନ୍ତାୟତ, ଜେଏନ୍ ପାଢୀ ପ୍ରମୁଖଙ୍କ ସମେତ ବହୁ ବନ୍ଧୁ ଯୋଗ ଦେଇଥିଲେ ।


