ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟୁଥିବା ଦୁଇ ଶ୍ରମିକ ମୃତ
ଗଞ୍ଜାମ, (ବିନୋଦ ପଲାଇ):ମହାରାଷ୍ଟ୍ରରେ ପାଣିଟାଙ୍କି ଭୁଶୁଡି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ବ୍ଳକର ଦୁଇଜଣଶ୍ରମିକଙ୍କ ମୃତ୍ୟୁ ଘଟିଛି l ଆଜି ଏକ ଶୋକମୟ ପରିବେଶରେ ସେମାନଙ୍କ ଶବ ଦାହାକରାଯାଇଛି l ମହାରାଷ୍ଟର ପୁନେ ଜିଲ୍ଲାର ପିମ୍ପିରୀ ସ୍ଥିତ ଏନସିସି ଲିମିଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ପାଣି ଟାଙ୍କି ଭୁଶୁଡି ପଡିବାରୁ ସାତଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିଥିଲେ lସାତଜଣଙ୍କ ମଧ୍ୟରୁ ବିହାର ରାଜ୍ୟର ଚାରିଜଣ ମୃତ୍ୟୁ ବରଣ କରିଥିବା ବେଳେ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକର ଜଣେ ଓ ଗଞ୍ଜାମ ବ୍ଲକର ଦୁଇଜଣ ମୃତ୍ୟୁ ବରଣ କରିଥିଲେ l ମୃତକ ହେଲେ ରବି ମହାଙ୍ଗୁଡ଼ ଓ ସୁଦାମ ବେହେରା lମୃତକ ରଵି ଗଞ୍ଜାମ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶଶୁର ଘରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ରହୁଥିଲେ lମୃତକ ରବି ଗତ ଦୁଇ ସପ୍ତାହ ତଳେ ପୁନେ ଯାଇଥିଲେ କାମ କରିବାକୁ l ତାଙ୍କର ଆର୍ଥିକ ସ୍ଥିତ ଭଲ ନଥିବାରୁ ସାଇକେଲରେ ଗାଁ, ଗାଁ ବୁଲି ବିଭିନ୍ନ ପ୍ରକାର ଟେସନାରୀ ଜିନିଷ ବିକ୍ରି କରୁଥିଲେ l ଏହା ସ୍ୱତେ ଆର୍ଥିକ ଅନାଟନ ଲାଗିରହିଥିବାରୁ ସେ କାମ କରିବା ପାଇଁ ଗତ ଦୁଇ ସପ୍ତାହ ତଳେ ଯାଇଥିଲେ l ମୃତକ ରବିର ନଅବର୍ଷର ପୁଅଟି ଥିବା ବେଳେ, ବାରବର୍ଷର ଝିଅଟି ରହିଛି l ସେହିପରି ଅନ୍ୟଜଣ ମୃତକ ହେଲେ ସୁଦାମ ବେହେରା (୩୩)l ତାଙ୍କ ଘର ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପାଲୁର ଗ୍ରାମ l ଛୋଟ ପୁଅ ଓ ଝିଅ ଅଛନ୍ତି l ତାଙ୍କର ମଧ୍ୟ ଆର୍ଥିକ ସ୍ଵଛଳତା ନଥିବାରୁ ମଧ୍ୟ ଗତ ଦୁଇ ସପ୍ତାହ ତଳେ କାମ ପାଇଁ ପୁନେ ଯାଇଥିଲେ l ସେମାନେ ରହୁଥିବା ମେସରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଥିଲା l ସେଠାରେ ଗାଧୋଉଥିବା ସମୟରେ ଟାଙ୍କିଟି ଭୁଶୁଡି ପଡିଥିଲା l ନିର୍ମାଣ ହେବାର ଏକ ସପ୍ତାହ ନପୁରୁଣ ଟାଙ୍କିଟି ଭୁଶୁଡି ପଡ଼ିଥିବା ଜଣାପଡିଛି l ଏହି ଘଟଣାଟି ଗତ 24ତାରିଖରେ ଘଟିଥିବା ବେଳେ ଆଜି ମୃତ୍ୟକଙ୍କ ଶବ ନିଜ ଗ୍ରାମକୁ ସକାଳ ଦଶ ଘଣ୍ଟ ସମୟରେ ଆସିବାପରେ ଏକ ଶୋକକୁଳ ପରିବେଶରେ ଗ୍ରାମ ମଶାଣିରେ ଦାହା କରାଯାଇଥିଲା l କାମ କରୁଥିବା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ଦଶ ଲକ୍ଷଟଙ୍କା ଓ ଶୁଦ୍ଧି କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ମୃତକ ପରିବାରକୁ ଦିଆଯାଇଥିବା କହିଛନ୍ତି lଏହି ଘଟଣା ଘଟିବାର ତିନିଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଅଧିକାରୀ ଯାଇନଥିବା ବେଳେ, ବିଶେଷ କରି ଶ୍ରମ ବିଭାଗ ଅଧିକାରୀଙ୍କ ଦେଖାନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଅନ୍ୟପଟେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜିମୃତ ଦୁଇପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି l