ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ପୂର୍ବ ରେକର୍ଡ ଭାଙ୍ଗିବ ବିଜେପି-ଶିବସେନା ମେଣ୍ଟ : ପ୍ରକାଶ ଜାଭଡେକର

ମୁମ୍ବାଇ: କେନ୍ଦ୍ର ସୂଚନା ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି -ଶିବସେନା ମେଣ୍ଟ କଂଗ୍ରେସର ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି -ଶିବସେନା ମେଣ୍ଟକୁ ଐତିହାସିକ ବିଜୟ ମିଳିବ । ପ୍ରକାଶ ଜାଭଡେକର କହିଛନ୍ତି ଯେ, ଏହି ମେଣ୍ଟ ୨୨୮ଟି ଆସନ ମଧ୍ୟରୁ ୨୨୧ଟିରୁ ଅଧିକ ଜିତିବ ।
ସୂଚନାଯୋଗ୍ୟ, କଂଗ୍ରେସ ୨୨୧ଟି ଆସନରେ ଜିତି ରେକର୍ଡ କରିଥିଲା । ଏହାପରେ କୌଣସି କ୍ଷମତାସୀନ ଦଳ ମହାରାଷ୍ଟ୍ରରେ ଏହାକୁ ଭାଙ୍ଗିପାରିନାହାନ୍ତି । ତେବେ ଏଥର ବିଜେପି -ଶିବସେନା ମେଣ୍ଟ ୨୨୧ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ଦମ୍ଭୋକ୍ତି କରିଛନ୍ତି । ପ୍ରକାଶ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଜନକଲ୍ୟାଣମଳୂଳକ କାର୍ଯ୍ୟକୁ ଲୋକେ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅପର ପକ୍ଷରେ କଂଗ୍ରେସ ବର୍ତ୍ତମାନ ନେତୃତ୍ୱ ସଂକଟ ଦେଇ ଗତି କରୁଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ