ମହାରାଷ୍ଟ୍ର ଶୁଣାଣି ସୋମବାରକୁ ଘୁଞ୍ଚିଲା

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ସୁପ୍ରିମ୍‍କୋର୍ଟ ଦାୟର୍‍ ହୋଇଥିବା ପିଟିସନ୍‍ର ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି । ରବିବାର ସୁପ୍ରିମ୍‍କୋର୍ଟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କଠାରୁ ଆଦେଶ ଓ ସମର୍ଥନ ସଂକ୍ରାନ୍ତୀୟ ଦସ୍ତାବିଜ ଲୋଡ଼ାଯାଇଛି । ଏହା କୋର୍ଟରେ ଦାଖଲ ହେବା ପରେ ସୋମବାର ଶୁଣାଣି କରାଯିବ । ଏହି ମାମଲାର ଶୁଣାଣି କରୁଛନ୍ତି ବିଚାରପତି ଏନ୍‍. ୱି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ।
ସୂଚନା ଥାଉ କି ବିଜେପି ଓ ଏନ୍‍ସିପି ମିଳିତ ଭାବେ ସରକାର ଗଠନ କରିଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ କରି ଶିବସେନା, ଏନ୍‍ସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ୍‍କୋର୍ଟରେ ପିଟିସନ୍‍ ଦାଖଲ କରିଥିଲେ । ରବିବାର ପୂର୍ବାହ୍ନ ୧୧ଟା ୩୦ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ସୁପ୍ରିମ୍‍କୋର୍ଟରେ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଥିଲେ । କିନ୍ତୁ ଏଥିରେ ରାଜ୍ୟପାଳଙ୍କୁ ସମ୍ପୃକ୍ତି କରାଯାଇଥିବାରୁ ତାଙ୍କଠାରୁ ଆବଶ୍ୟକ ଦସ୍ତାବିଜ ଲୋଡ଼ାଯାଇଛି । ଏହା ଦାଖଲ ହେବା ପରେ ସୋମବାର ଶୁଣାଣି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ