ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା : ୪ଟି ମୁଖ୍ୟ ସହରରେ ସମସ୍ତ ସେବା ବନ୍ଦ

ମୁମ୍ବାଇ : କରୋନାକୁ ଦୃଷ୍ଟିରେ ମହାରାଷ୍ଟ୍ର ସରକାର ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ରର ୪ ବଡ ସହରରେ ସମସ୍ତ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବାକୁ ବନ୍ଦ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ, ନାଗପୁର, ପୁଣେ, ପିମ୍ପରୀ ଚିଞ୍ଚଓ୍ବଡାରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବାବେଳେ ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଅତ୍ୟାବଶ୍ୟକ ଜିନିଷ ପାଇଁ ଦୋକାନ ଖୋଲା ରହିବ । ଜୀବନ ରକ୍ଷକ ସେବା, ବ୍ୟାଙ୍କ, ଗ୍ରୋସରୀ ଷ୍ଟୋର ଓ ମେଡ଼ିକାଲ ଷ୍ଟୋର ଖୋଲା ରହିବ । ସେହିପରି ରେଳ ସେବାକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ପୂର୍ବରୁ ବହୁ କମ୍ପାନୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭିଡ ନିୟନ୍ତ୍ରଣ କରିବାକୁ ସରକାରଙ୍କ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଦେଶରେ କରୋନା ଆକ୍ରାନ୍ତରେ ୫ଜଣ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ