ମହାଲକ୍ଷ୍ମୀ ଖୁଚୁରା ପରିବା ବ୍ୟବସାୟୀ ସଂଘ ଗଠନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପରିବା ବଜାରରେ ବ୍ୟବସାୟ କରୁଥିବା ୪୦ରୁ ଉର୍ଦ୍ଧ୍ବ ଖୁଚୁରା ପରିବା ବ୍ୟବସାୟୀଙ୍କ ଏକ ବୈଠକ ଶୁକ୍ରବାର ଘୋଡେ଼ଇଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବ୍ୟବସାୟୀ ଅଭିରାମ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଖୁଚୁରା ବ୍ୟବସାୟୀଙ୍କ ଉନ୍ନତି , ସୁରକ୍ଷା ଓ ସମସ୍ୟା ସମାଧାନ ନିମନ୍ତେ ମହାଲକ୍ଷ୍ମୀ ଖୁଚୁରା ପରିବା ବ୍ୟବସାୟୀ ସଂଘ ଗଠନ କରାଯାଇଛି । ପୂର୍ବତନ ପିତଳ ଗ୍ରାମ ପଂଚାୟତ ସରପଂଚ ଅନୀଲ କୁମାର ମହାପାତ୍ରଙ୍କୁ ସଭାପତି, ପୂର୍ବତନ ହିଂଜିଳିକାଟୁ ଏନଏସି କାଉନସିଲର ଭିକା ବେହେରା -ଉପସଭାପତି, ଟୁନା ଚୌଧୁରୀ- ସାଧାରଣ ସମ୍ପାଦକ ଓ ସନ୍ତୋଷ କୁମାର ସାବତ- କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକାରିଣୀ ସଦସ୍ୟ ରୂପେ ପ୍ରତାପ ନାହାକ, ବାବୁ ବେହେରା, ଅଶୋକ କୁମାର ସ୍ୱାଇଁ, ଶ୍ରୀଧର ପଣ୍ଡା, ଦିଲୀପ ସ୍ୱାଇଁଙ୍କୁ ଚୟନ କରାଯାଇଥିଲା । ପ୍ରତି ମାସରେ ବୈଠକ ଆୟୋଜନ ନିମେନ୍ତ ଗୁରୁତ୍ୱାରୋପ କରାଯାଇଥିଲା ।