ମହାଲକ୍ଷ୍ମୀ ଫିଲିଙ୍ଗ ପଏଣ୍ଟ ଉଦଘାଟିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ନିକଟରେ ଶୁକ୍ରବାର ମହାଲକ୍ଷ୍ମୀ ଫିଲିଙ୍ଗ ପଏଣ୍ଟ ଉଦଘାଟିତ ହୋଇଯାଇଛି । ସ୍ୱତାଧିକାରୀ ରମେଶ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଅଞ୍ଚଳରେ ରହିଥିବା ଅନ୍ୟାନ୍ୟ ପେଟ୍ରୋଲ ପମ୍ପ ଅପେକ୍ଷା ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ସହ ପେଟ୍ରୋଲ ଓ ଡିଜେଲର ଉତ୍ତମ ଗୁଣବତ୍ତା ଓ ବୈଧ ମାପକର ଉତ୍ତମ ପରିଚାଳନା କରିବା ସକାଶେ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଅଞ୍ଚଳବାସୀଙ୍କ ସହ ସମସ୍ତ ଗ୍ରାହକଙ୍କୁ କମ୍ପାନୀର ସର୍ତ୍ତାବଳି ଓ ଗ୍ରାହକ ଙ୍କ ପସନ୍ଦ ଅନୁଯାୟୀ ସମସ୍ତ ପ୍ରକାର ସେବା ପ୍ରଦାନ କରିବା ସକାଶେ ଆମେ ସର୍ବଦା ପ୍ରଧାନ୍ୟ ଦେବା ଲକ୍ଷ୍ୟ ରହିଛି ବୋଲି ସ୍ୱତାଧିକାରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବଡଖଣ୍ଡି ସରପଞ୍ଚ କେ. ଦୁର୍ଗାପ୍ରସାଦ ରାଓ, ସୁକଦେବ ଗୌଡ, ଏସ. ଲାଛେୟା, ମମତା ରେଡ୍ଡି, ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ