ମହାଲିଙ୍ଗେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଜେଡିର ମିଶ୍ରଣ ପର୍ବ

ପୋଲସରା, (ଅନିଲ ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ମହାଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସେପ୍ଟେମ୍ବର ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ନିମିନା ପଞ୍ଚାୟତର ବରଗାଁ ଗ୍ରାମର ଅନିଲ କୁମାର ଗୌଡ଼ଙ୍କ ନେତୃତ୍ୱରେ ଦିବ୍ୟ ରଞ୍ଜନ ସାହୁ, ଶେଷଦେବ ବେହେରା, ନିଳାଞ୍ଚଳ ଗୌଡ଼, ପ୍ରମୋଦ ବେହେରା, ରତ୍ନାକର ବେହେରା, ଜଗନ୍ନାଥ ଗୌଡ଼, ରବି ବେହେରା, ସମୀର ବେହେରା, ଜିତେନ୍ଦ୍ର ବେହେରା, ଶିଶିର ସାହୁ, ସୁଧୀର ମହାରଣା, ନଣ୍ଡା ବେହେରା, ଭିକାରୀ ବେହେରା, ରବୀନ୍ଦ୍ର ସାହୁ, ଗୋବିନ୍ଦ ବେହେରା, ଋଷି ବେହେରା, ଜଗନ୍ନାଥ ବେହେରା, ନାରାୟଣ ବେହେରା, ଜଗଦୀଶ ବେହେରା ପ୍ରମୁଖଙ୍କ ସମେତ ୩୦ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏହି ସମସ୍ତ ବ୍ୟକ୍ତି ବିଜେପି ସଦସ୍ୟ ଓ ସମର୍ଥକ ଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଜେଡିର ମିଶିଥିବା ସମସ୍ତ ସଦସ୍ୟଙ୍କୁ ବିଧାୟକ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ବିଜେଡିରେ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଦଳୀୟ ସରପଞ୍ଚ ଓ ସମିତିସଭ୍ୟ ଏବଂ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ