ମହାଶିବରାତ୍ରରେ ଲଙ୍ଗଳେଶ୍ଵରଙ୍କୁ ଭୋଗ ଲାଗେ ରନ୍ଧା ମଦ ଓ ସିଝା କାନ୍ଦୁଲ
ମୋହନା, (ଅଂଶୁମାନ ପଣ୍ଡା):ଓଡିଶାର ବିଭିନ୍ନ ଶୈବପୀଠରେ ଶିବ ଶମ୍ଭୁଙ୍କୁ ନଡ଼ିଆ, କଦଳୀ, କଞ୍ଚାଫଳମୂଳ,ପାଳୁଅ ,ଉଖୁଡା , ଅନ୍ନଭୋଗ ହେଉଥିବାବେଳେ ଗଜପତି ଜିଲ୍ଲା ନୂଆଁ ଗଡ ବ୍ଳକ ଅନ୍ତର୍ଗତ ତିତିସିଂ ଗ୍ରାମ ପାହାଡ଼ ଉପରେ ବିରାଜମାନ ବାବା ଲଙ୍ଗଳେଶ୍ଵରଙ୍କ ପୂଜାବିଧି ନିଆରା । ଏଠି ୧୦୦ ବର୍ଷ ପୂର୍ବରୁ ଆଦିବାସୀମାନେ ପୋଡ଼ୁ ଚାଷ କରିବାବେଳେ ଲଙ୍ଗଳବାଜି ଆବିର୍ଭାବ ହୋଇଥିଲେ ବାବା ଲଙ୍ଗଳେଶ୍ଵର । ଆଦିବାସୀକୁ ସ୍ଵପ୍ନାଦେଶ ହୋଇଥିଲା ମୁଁ ଏଠାରେ ଉକ୍ତ ମାନଙ୍କ ଗୁହାରି ଶୁଣିବା ପାଇଁ ଆର୍ବିର୍ଭାବ ହୋଇଛି। ମୋତେ ପୂଜାବିଧି କଲେ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ ହେବ । ଆଦିବାସୀ ଜଣକ ସପ୍ନରେ ଭୋଳାନାଥଙ୍କୁ ପଚାରିଥିଲେ। ଆପଣଙ୍କୁ କଣ ଭୋଗ ଲଗାଇ ବୁ । ସେଠୁ ମହାଦେବ କହିଥିଲେ ତୁମେ ଯାହା ଭୋଜନ କରୁଛ ମୋତେ ସେୟା ହିଁ ଭୋଗ ଲଗାଇ ବ।ସେହି ଦିନଠାରୁ ଆଦିବାସୀମାନେ ମହାଶିବ ରାତ୍ରରେ ସେମାନେ ଯେଉଁ ଜଙ୍ଗଲ ଯାତ ଖାଦ୍ୟ ବ୍ୟବହାର କରୁଛନ୍ତି ସେହିପରି ଶାଳପତ୍ରରେ ଠୁଙ୍ଗା କରି ରନ୍ଧା ମଦ ଓ ନୂଆଁ କାନ୍ଦୁଲସିଝା ଭୋଗ ଲଗାଇ ଆସୁଛନ୍ତି। ସେହି ପୂର୍ବପୁରୁଷଙ୍କ କହିବା ଅନୁଯାୟୀ ମହାଶିବ ରାତ୍ରରେ ସକାକୁ ନିତୀ କାନ୍ତି ପୂଜା ସରିବା ପରେ ରନ୍ଧା ମଦ ଓ କାନ୍ଦୁଲ ସିଝା ଭୋଗ ହେବାପରେ ଅନ୍ୟ ଭକ୍ତଙ୍କ ଭୋଗ ଲାଗିଥାଏ। ଏଠାରେ ମାନସିକ ଧାରୀ ମାନେ ନିଜ ମନସ୍କାମନ ପୂର୍ଣ୍ଣ ପାଇଁ ବହୁ ଦୂରଦ୍ୱରାନ୍ତରରୁ ଆସି ଭିଡ ଜମାଇଥାନ୍ତି ପୂଜକ ଜୁରିଆ ରାଉଳ କହିଛନ୍ତି। ମନ୍ଦିରର ଶାନ୍ତି ଶୁଙ୍ଗଳା ରକ୍ଷା କରିବା ପାଇଁ ସଭାପତି ପଞ୍ଚାନନ ବେହେରଦଳାଇ, ସଦସ୍ୟ ହରେକୃଷ୍ଣ ପଣ୍ଡା, ଜିତୁ ରାଉଳ ଓ ଗ୍ରାମବାସୀ ସହଯୋଗ କରିଥାନ୍ତି।