ମହାଶିବରାତ୍ରୀ ଜାଗରରେ ଧର୍ମସଭା ଓ ସମ୍ବର୍ଦ୍ଧନା ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ମହାଶିବରାତ୍ରୀ ଜାଗର ଉପଲକ୍ଷେ ନନ୍ଦିଗ୍ରାମର ନନ୍ଦିକେଶ୍ୱର ୟୁଥ କ୍ଲବର କର୍ମକତା ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ଧର୍ମସଭା ଓ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ମୁଖ୍ୟଅତିଥି ଭାବେ ଗୋଠଦା ମଠାଧିଶ ମହନ୍ତ ମହାରଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ବିଶିଷ୍ଠ ଅତିଥିଭାବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିତାନନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ, ସମ୍ମାନନୀୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ନାଉଗାଁ ଥାନାଧିକାରୀ ଗୋବର୍ଦ୍ଧନ ସାହୁ, ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା ପ୍ରମୂଖ ଯୋଗ ଦେଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିବା ସହିତ ନାଉଗାଁ ଅଂଚଳରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗ୍ରାମର ତ୍ରୀଲୋଚନ ପାଢୀଙ୍କ ବହୁମୁଖି ପ୍ରତିଭା ପାଇଁ ଏବଂ ୨୦୧୯ ମସିହା ମ୍ୟାଟ୍ରିକ ପରୀକ୍ଷାରେ ନନ୍ଦିଗ୍ରାମର ଛାତ୍ର ଗୁରୁପ୍ରସାଦ ପାଢୀ ଦଶମ ଶ୍ରେଣୀରେ ଗ୍ରାମରେ ଅଧିକ ନମ୍ବର ରଖି କୃତିତ୍ୱ ଲାଭ କରିଥିବାରୁ ଉଭୟଙ୍କୁ ନନ୍ଦିଗ୍ରାମ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନାଉଗାଁ ବ୍ଲକରେ ଥିବା ସମସ୍ତ ସ୍କୃଲରେ ଅଧିକ ନମ୍ବର ରଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନନ୍ଦିକେଶ୍ୱର କୃପା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଜାଗର ଯାତ୍ରାର ବାର୍ଷିକ ମୁଖପାତ୍ର ଭାବେ ତ୍ରୟଂବକମ ପୁସ୍ତକ ଓ ବାବା ନନ୍ଦମଣୀ ଭଜନ କ୍ୟାସେଟ ଉନ୍ମୋଚନ କରାଯାଇଥିଲା । ପରେ ବାଂଶ ବାସୁଦେବ ଓଡିଶୀ କଳା ନିକେତନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ପାଢୀ ମଂଚ ପରିଚାଳନା କରିଥିଲେ । କ୍ଲବର ସଭାପତି ଅନିରୋଧ ପାଢୀ ଓ ସଂପାଦକ ରମାକାନ୍ତ ପାଢୀ, ପ୍ରଭାସ ରାଉତ, ଦିଗମ୍ବର ପରିଡା, ଦୁର୍ଯ୍ୟୋଧନ ରାଉତ, ଲମ୍ବୋଦର ଦାସ, ଯଶବନ୍ତ ଦାସ, ବିଭୁତି ଭୂଷଣ ଦାସ, ସୌଭାଗ୍ୟ ପରିଡା, ଆଶିଷ ବିଶ୍ୱାଳ, ଦୃତିଅପାର ଦାସ, ସୌମ୍ୟଜିତ ପରିଡାଙ୍କ ସମେତ କ୍ଲବର ସମସ୍ତ କର୍ମକତା ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।